ବିଭିନ୍ନ ସଂଗଠନ ପକ୍ଷରୁ ସେବାକାର୍ଯ୍ୟ 

 କାକଟପୁର : ବୈଶାଖ ମାସ ପ୍ରଥମ ମଙ୍ଗଳବାର କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମଙ୍ଗଳାଙ୍କ ଶେଷ ପାଳି ଝାମୁଯାତ୍ରାରେ ରାଜ୍ୟ ତଥା ରାଜ୍ୟବାହାରୁ ଭକ୍ତଙ୍କ ସୁଅ ଛୁଟିଥିଲା କାକଟପୁରକୁ । ଅସହ୍ୟ ଗୁଳୁଗୁଳି ସତ୍ତ୍ୱେ ଭକ୍ତମାନେ ମା’ଙ୍କୁ ଦର୍ଶନ ଏବଂ ପୂଜାର୍ଚ୍ଚନା ନିମନ୍ତେ ମନ୍ଦିରକୁ ଧାଡିରେ ଯାଇ ଦର୍ଶନ କରିଥିଲେ । ପବିତ୍ର ଝାମୁଯାତ୍ରା ପାଇଁ କାକଟପୁର ବଜାର ତଥା ଆଖପାଖ ଅଞ୍ଚଳରେ ବିଭିନ୍ନ ସଂଗଠନ ପକ୍ଷରୁ ଦହିପାଣି ବଣ୍ଟନ, ପ୍ରସାଦ ସେବନ, ଆଶୁ ଚିକିସôା କେନ୍ଦ୍ର ଆଦି ଖୋଲାଯାଇ ଭକ୍ତ ମାନଙ୍କୁ ସେବା ଯୋଗାଇଥିଲେ କ୍ଷ କାକଟପୁର କଲେଜ ଛକ ଠାରେ ସ୍ଥାନୀୟ ଠିକାଦାର ସଂଘ ପକ୍ଷରୁ ଦହିପାଣି ବଣ୍ଟନ, ଖୁଣ୍ଟିଆ କନଭେନ୍ସନ ଠାରେ ପ୍ରସାଦ ସେବନ, ବିଜେଡି କାର୍ଯ୍ୟାଳୟରେ ବିଧାୟକ ତୁଷାରକାନ୍ତି ବେହେରାଙ୍କ ଦ୍ୱାରା ଦହି ପାଣି ବଣ୍ଟନ, କାକଟପୁର ଥାନା ସାମ୍ନାରେ କେବିଇଏମ ସ୍କୁଲ ପକ୍ଷରୁ ଦହିପାଣି ବଣ୍ଟନ, ନୀଳାଦ୍ରୀ ଗ୍ରୁପ ପକ୍ଷରୁ ଖେଚୁଡି ଡାଲମା ବଣ୍ଟନ, ପ୍ରାଚୀ ଯୁବ ସାମାଜିକ ସଂଗଠନ ପକ୍ଷରୁ ପ୍ରସାଦ ସେବନ, ଏବଂ ମା ମଙ୍ଗଳା ଡ୍ରାଇଭର ମହାସଂଘ ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।