ପୁଷ୍ପଗିରି ପରିଷଦର ବିଷୁବ ମିଳନ  

ବରୀ : ପୁଷ୍ପଗିରି ପରିଷଦ ଆନୁକୂଲ୍ୟରେ ରନôଗିରି ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଷୁବମିଳନ ଓ ପଣାବଣ୍ଟନ ସହିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଦୁଃଖୀରାମ ଜେନାଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଦେବ ପ୍ରସାଦ ସାମଲ, ମୁଖ୍ୟବକ୍ତା ପ୍ରଧାପକ ଡ. ଯଚିନ୍ଦ୍ର ରାଉତ ଯୋଗଦେଇଥିଲେ । ଅତିଥିମାନେ ଭଗବାନ ବୁଦ୍ଧ ଓ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ରବୀନ୍ଦ୍ର କୁମାର ମହାନ୍ତି ବେଦପାଠ କରିଥିଲେ । ଗୋପବନ୍ଧୁ ଦାସଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ତୃପ୍ତିମୟୀ ପଣ୍ଡାଙ୍କ ଦ୍ୱାରା ସ୍ୱାଗତ ନୃତ୍ୟ ପରିବେଷଣ କରାଯାଇଥିଲା । ଡ ନୃସିଂହ ଚରଣ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ସମ୍ପାଦକ ମକରଧ୍ୱଜ ସାହୁ ସଭାର ଉଦେଶ୍ୟ ସମ୍ପର୍କରେ କହିଥିଲେ । ଡ. ଭାଗ୍ୟଧର ସାହୁ, କୁଶଧ୍ୱଜ ସାମଲ, ସମାଜଦେବୀ ଦୟାନିଧି ସାମଲ, ଶିକ୍ଷାବିତ ବିଧାନ ସାମଲ ସେମାନେ ଆଲୋଚନା ପ୍ରସଙ୍ଗରେ ଆଜିର ଦିବସ ଉପରେ ବକ୍ତବ୍ୟ ରଖିଥିଲେ । ଶିଶୁପ୍ରତିଭା ଅନେଷ୍ୟଣ ସଫଳତା ଅର୍ଜନ କରିଥିବା ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଉତ୍ତରମ ଚରଣ ସ୍ମୃତି ସମ୍ମାନ, ନାଟ୍ୟକାର ଦାଶରଥୀ ସ୍ମୃତି ସମ୍ମାନ ଏବଂ ପୁଷ୍ପଗିରି ସମ୍ମାନରେ ସମ୍ମାନିତ କରାଯାଇଥିଲା । ସାଂସ୍କୃତିକ ସମ୍ପାଦକ ଅଜୟ କୁମାର ବଳ ଧନ୍ୟବାଦ ଅର୍ପଣ କରିଥିଲ ।