ବରିଷ୍ଠ ନାଗରିକ ମଞ୍ଚର ସପ୍ତମ ପ୍ରତିଷ୍ଠା ଦିବସ


ାା ପ୍ରଭାନୁ୍ୟଜ ।ା ପାଣିକୋଇଲି :  ବରିଷ୍ଠ ନାଗରିକ ମଂଚର ସପ୍ତମ ବାର୍ଷିକ ପ୍ରତିଷ୍ଠା ଦିବସ ସଭାପତି ନୃସିଂହ ଚରଣ ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ହୋଇଯାଇଛି । ଅତିଥିଭାବେ କେନ୍ଦ୍ର ଓ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପଣ୍ଡିତ ଡକ୍ଟର ସୂର୍ଯ୍ୟମଣି ଖୁଣ୍ଟିଆ,  ଅବସରପ୍ରାପ୍ତ ଶିକ୍ଷକ,ସାହିତି୍ୟକ ଅକୃର ବଳ,  ଯାଜପୁର ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ର ଯୋଗେ ଦେଇ ବରିଷ୍ଠ ମାନଙ୍କର କର୍ତ୍ତବ୍ୟ ଓ ଅଧିକାର ସର୍ମ୍ପକରେ ଆଲୋଚନା କରିବା ସହ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଥିବା ଆଇନ ସହାୟତା ଓ ଏହି ସମୟରେ ଅଧ୍ୟାତ୍ମିକ ସହ ଯୋଡି ହୋଇ ନିୟମିତ ଯୋଗାଭ୍ୟାସ କରିବା ଉଚିତ ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ଶତାୟୁ ମହିଳା ରନôପ୍ରଭା ପହୀ, ଶିକ୍ଷକ ପ୍ରାଣକୃଷ୍ଣ ନାୟକ, ପ୍ରତାପ ଚନ୍ଦ୍ର ପହୀ,ବିପୁଳା ପଣ୍ଡା, ଦୁର୍ଗପ୍ରସାଦ ମାଧବ ମହାନ୍ତି, ଭୋଳାନାଥ ସାହୁ, କୃଷ୍ଣ ଚନ୍ଦ୍ର ଦତ, ରବିନ୍ଦ୍ର କୁମାର ପହୀ, ସୁରେନ୍ଦ ରାୟଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାଧ୍ୟାପକ ଉମାକାନ୍ତ ଖଣ୍ଡାଇ ଅତିଥି ପରିଚୟ, ସାଧାରଣ ସମ୍ପାଦକ ସୁରେନ୍ଦ୍ର କୁମାର ରାୟ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ । ଡକ୍ଟର ଦାମୋଦର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ମଂଚର ଚଳିତବର୍ଷ ନୂତନ କର୍ମକର୍ତା ଚୟନ କରାଯାଇଥିଲା । ପୁରୁଣା କମିଟିର ପୂର୍ବତନ କର୍ମକର୍ତାକୁ ପୁନଃ ଅବସ୍ଥାପିତ କରାଯାଇଥିବା ବେଳେ ଆଉ କେତକ ନୂତନ ସଭ୍ୟଙ୍କୁ କମିଟିରେ ସ୍ଥାନ ଦିଆଯାଇଥିଲା । କାର୍ଯ୍ୟକାରୀ ସଭାପତି ଭାବେ ଡକ୍ଟର ଦାମୋଦର ମହାପାତ୍ର  ଯୁଗ୍ମ ସାଧାରଣ ସମ୍ପାଦକ (ସଂଗଠନ) ସତ୍ୟରଂଜନ ସ୍ୱାଇଁ, ଯୁଗ୍ମ ସମ୍ପାଦକ ଗୌରାଂଗ ଚରଣ ବାରିକ, କୋଷାଧ୍ୟକ୍ଷ ବୃନ୍ଦାବନ ଚନ୍ଦ୍ର ଜେନା, କାର୍ଯ୍ୟକାରୀ କମିଟି ସଦସ୍ୟ ଭରତ ଚନ୍ଦ୍ର ବାରିକ,ଶ୍ରମତୀ ପ୍ରତିମା ସୁନ୍ଦରୀ ମହାପାତ୍ର, ଗୋକୁଳାନନ୍ଦ ମହାପାତ୍ର, ନିମାଇଁ ଚରଣ ଜେନା,ଉପଦେଷ୍ଟା ମଣ୍ଡଳୀରେ ବୈଷ୍ଣବ ଚରଣ ସାହୁ ଓ କଳ୍ପତରୁ ମହାପାତ୍ରଙ୍କୁ ସାମିଲ କରାଯାଇଥିଲା ।