ବିଭିନ୍ନ ସ୍ଥାନରେ ଗୁରୁଦିବସ ପାଳିତ :ଦେଶ ଗଠନରେ ଶିକ୍ଷକଙ୍କ ଅବଦାନ ଅତୁଳନୀୟ
କେନ୍ଦୁଝର: ଆଜି ପବିତ୍ର ଗୁରୁଦିବସ । ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଗୁରୁଦିବସ ପାଳିତ ହୋଇଯାଇଛି । ଏହିକ୍ରମରେ ଜିଲ୍ଲାର ସୁନାମଧନ୍ୟ ଶିକ୍ଷା ଅନୁଷ୍ଠାନ ପିଏମଶ୍ରୀ ଧନୁର୍ଜ୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟ ଅଡିଟୋରିୟମରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଏବଂ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ଉସôବରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ଚରଣ ନାଏକ ଯୋଗ ଦେଇ ଶିକ୍ଷକ ମାନଙ୍କ ଅବଦାନ ଦେଶ ଗଠନରେ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଅଭିଭାଷଣ ରଖିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ତେଲକୋଇ ବିଧାୟକ ଡ଼ା ଫକୀର ମୋହନ ନାଏକ, ଆନନ୍ଦପୁର ବିଧାୟକଅଭିମନୁ୍ୟ ସେଠୀ, ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଅଧ୍ୟକ୍ଷା କଲ୍ୟାଣୀ ମାଝୀ ଯୋଗ ଦେଇଥିଲେ । ନିମନ୍ତ୍ରିତ ଅତିଥି ଭାବେ ଧରଣୀଧର ବିଶ୍ୱ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାଲ ଏବଂ ଭାରପ୍ରାପ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ ପରିଡ଼ା ଯୋଗ ଦେଇଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ସମାରୋହର ଉଦେ୍ଦଶ୍ୟ ଜ୍ଞାପନ କରିଥିବା ବେଳେ ଜିଲ୍ଲା ବିଜ୍ଞାନ ଶିକ୍ଷା ପରିଦର୍ଶକ ତଥା ପଞ୍ଚସଖା ଶିକ୍ଷା ସେତୁ ଜିଲ୍ଲା ନୋଡାଲ ଅଫିସର୍ ପରମେଶ୍ୱର ମହାନ୍ତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉଦଘୋଷିକା ସମୟଶ୍ରୀ ଚାଟାର୍ଜୀ ମଞ୍ଚ ପରିଚାଳନା କରିଥିଲେ । ପିଏମ ଶ୍ରୀ ଧନୁର୍ଜୟ ନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରବୀର କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଥିଲା ।
ବନ୍ତ: ବନ୍ତ ବ୍ଲକ ଅନ୍ତର୍ଗତ ଅଣ୍ଢିଆ ନିମ୍ନୋଉଚ୍ଚ ବିଦ୍ୟାଳୟରରେ ପବିତ୍ର ଗୁରୁଦିବସ ଉପଲକ୍ଷେ ଛାତ୍ରଛାତ୍ରୀ ଓ ଅଭିଭାବକ ଏକ ନିଆରା ପ୍ରୟାସରେ ଅବସର ପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିର୍ମଳ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଥିଲ । କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଶିକ୍ଷକ ଧନେଶ୍ୱର ଖଣ୍ଡେ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବା ବେଳେ ଅବସର ପ୍ରାପ୍ତ ଶିକ୍ଷକ /ଶିକ୍ଷୟତ୍ରୀ, ଉପେନ୍ଦ୍ର ନାଥ ଜେନା, ରବୀନ୍ଦ୍ର ନାଥ ଜେନା, ସନ୍ତୋଷ କୁମାର ଜେନା, ବାଇଧର ଓଝା, କୃଷ୍ଣଚନ୍ଦ୍ର ରାଉତ, ବସନ୍ତ କୁମାର ଦାସ, ପ୍ରଫୁଲ୍ଲ କୁମାର ନାୟକ, କିଶୋର ଚନ୍ଦ୍ର ଧଳ, ରୋହିତ କୁମାର ଜେନା, ଜୟନ୍ତୀ ମହାପାତ୍ର, ଦାମିନୀ ପ୍ରଭା ବିଶ୍ୱାଳ, ସସ୍ମିତା ଦାସ, ତିଳୋତ୍ତମା ଜେନା ପ୍ରମୁଖ ଯୋଗ ଦେଇଥିଲେ । ଅବସର ପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମନ୍ଦାକିନୀ ଦେହୁରୀ ଧନ୍ୟବାଦ ଅର୍ପଣ ପ୍ରଦାନ କରିଥିଲେ ।
ଭଣ୍ଡାରିପୋଖରୀ: ସ୍ଥାନୀୟ ଶାରଦା ବିଦ୍ୟାମନ୍ଦିରରେ ଗୁରୁ ଦିବସ ପ୍ରଧାନଶିକ୍ଷକ ଶରତ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଛି । ଗୁରୁମା ସୁସ୍ମିତା ସ୍ୱାଇଁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉସôବରେ ଅବସରପ୍ରାପ୍ତ ଶିକ୍ଷକ ବିଶ୍ୱମ୍ଭର ନାଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ତଥା ଶିଶୁ ସାହିତି୍ୟକ ପୁରୁଷୋତ୍ତମ ଧଳ ଓ ଅବସରପ୍ରାପ୍ତ ଶିକ୍ଷକ ଫକୀର ଚନ୍ଦ୍ର ଧଳଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରିଥିଲେ । କୁଞ୍ଜଲତା ସେନାପତି ଓ ସୁସ୍ମିତା ସ୍ୱାଇଁ ମାନପତ୍ର ପାଠ କରିଥିଲେ । ଗୁରୁଜୀ ଚିତ୍ତରଞ୍ଜନ ନାୟକ ଅତିଥି ପରିଚୟ ଓ ବରିଷ୍ଠ ଗୁରୁଜୀ ସୁଶାନ୍ତ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ମଣିନାଥପୁର ନରେନ୍ଦ୍ର କୁମାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁ ଦିବସ ଶୁକ୍ରବାର ଅଧ୍ୟକ୍ଷ ସମୀର କୁମାର ଚୌଧୁରୀଙ୍କ ପୌାହିତ୍ୟରେ ପାଳନ କରାଯାଇଛି । ଅଧ୍ୟାପକ ଅନାଦି ଚରଣ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉସôବରେ ଅତିଥି ଅଧ୍ୟାପକ ଶତ୍ରୁଘ୍ନ ବେହୁରିଆ ପ୍ରାରମ୍ଭକ ସୂଚନା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଶିକ୍ଷକ ମୀନକେତନ ବେଉରିଆ ଓ ଅତିଥି ଅଧ୍ୟାପକ ଶ୍ୟାମା ଶଙ୍କର ଦାଶ ଗୁରୁଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଉସôବକୁ ବରିଷ୍ଠ ଶିକ୍ଷକ ସୂର୍ଯ୍ୟକାନ୍ତ ବରାଳଙ୍କ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ପରିଚାଳନା କରିଥିଲେ ।