ପୋଲ ଉପରେ ସ୍କୁଟି ରଖି ବୈତରଣୀକୁ ଡେଇଁପଡିଲେ ଦୋକାନୀ
କେନ୍ଦୁଝର ଜିଲା ଚମ୍ପୁଆ ଅଞ୍ଚଳରୁ ସୋମବାର ଏକ ଅଭାବାନୀୟ ଘଟଣା ସାମ୍ନାକୁ ଆସିଛି। ପୋଲ ଉପରେ ସ୍କୁଟି ରଖି ଜଣେ ଦୋକାନୀ ବୈତରଣୀ ନଦୀକୁ ଡେଇଁ ପଡିଛନ୍ତି। କେଉଁ ପରିସ୍ଥିତିରେ ଦୋକାନୀ ଜଣକ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ଜଣାପଡି ନାହିଁ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍କୁଟିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
 
 Rasmita Behera
                                    Rasmita Behera                                 
    
 
    
 
 
 
