ବିମାନ ଦୁର୍ଘଟଣା ମୃତକଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

ଭୁବନେଶ୍ୱର : ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ୱର ୟୁନିଟ୍-୩ ସ୍ଥିତ ରାମମନ୍ଦିର ଠାରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କର ଆତ୍ମାର ସଦ୍ଗତି ପାଇଁ ସମୂହ ପ୍ରାର୍ଥନା କରାଯିବା ସହ ସେଠାରେ ଯୁବ କଂଗ୍ରେସ କର୍ମୀମାନେ ମହମବତୀ ପ୍ରଜ୍ଜ୍ୱଳନ କରିଥିଲେ । ଯୁବ କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ କେନ୍ଦ୍ରୀୟ ବିଦ୍ୟାଳୟ ଠାରୁ ବାହାରି ରାମମନ୍ଦିର ପର୍ଯ୍ୟନ୍ତ ଯାଇ ସେଠାରେ ପ୍ରାର୍ଥନା କରିଥିଲେ । କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ୱାଳ, ମହମ୍ମଦ ଇମ୍ଦାଦ, ଉଦିତ ପ୍ରଧାନ, ସୁଦିପ ସାମଲ, ନିହାର ରଞ୍ଜନ ବେହେରା, ସ୍ୱାଗତ କର, ସନ୍ଦିପ ସାମନ୍ତରାୟ, ମହମ୍ମଦ ପରଭେଜ, ସୁନିଲ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।