ବାଘ ଛାଲ ଜବତ, ୭ ଗିରଫ 

 ଦେବଗଡ଼: ରିଆମାଳ ଥାନା ଅଞ୍ଚଳର ତାରଙ୍ଗ ଗ୍ରାମ ନିକଟରେ ଆଜି କଲରାପତରିଆ ବାଘଛାଲ ବିକ୍ରି ପାଇଁ ଡିଲ ବେଳେ ମାଡି ବସିଥିଲା ପୁଲିସ । ଗୋଟିଏ କଲରାପତରିଆ ବାଘ ଛାଲ ଜବତ ହୋଇଥିବା ବେଳେ ଏଥିରେ ସାମିଲ ଥିବା ୭ ଜଣଙ୍କୁ ପୁଲିସ ଗିରଫ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କୁଣ୍ଢେଇଗୋଳା ଥାନା ସିଆରିମାଳିଆ ଗ୍ରାମର ପରମାନନ୍ଦ ବଣିଚୂଳ, ରିଆମାଳ ଥାନା ମଳେହିପଡା ଗ୍ରାମର ମହେନ୍ଦ୍ର ହାତୀ, ରିଆମାଳ ଥାନା କାଦୋପଡା ଗ୍ରାମର ରଞ୍ଜିତ ଦେହୁରୀ, ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ଡେରାପଥର ଗ୍ରାମର କାର୍ତିକ ଦେହୁରୀ, କିସିଣ୍ଡା ଥାନା ମହୁଲପାଲି ଗ୍ରାମର ଦୁର୍ଯେ୍ୟାଧନ ବାଘ, କିସିଣ୍ଡା ଥାନା ଢୋଲପୁର ଗ୍ରାମର ପ୍ରତାପ ଚେଲେକଚେଲା ଓ ଜୁଜୁମୁରା ଥାନା ମେଘପାଳ ଗ୍ରାମର ଧନକୁମାର ଭେଙ୍ଗରା । ସୂଚନା ଅନୁଯାୟୀ, ରିଆମାଳ ଥାନାଚଂଳର ତାରଙ୍ଗ ଗ୍ରାମରେ କଲରାପତରିଆ ବାଘଛାଲ ବିକ୍ରି ପାଇଁ ଡିଲ ଚାଲିଥିବା ରିଆମାଳ ପୁଲିସ ବିଶେଷ ସୁତ୍ରରୁ ସୂଚନା ପାଇଥିଲା । ଏହାପରେ ଏସଡିପିଓ ସୌମ୍ୟରଞ୍ଜନ ମଲ୍ଲିକ ଓ ରିଆାମାଳ ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କ ନେତୃତ୍ୱରେ ପୁଲିସ ଚଢଉ କରିଥିଲା । ଚଢଉ ସମୟରେ ପୁଲିସ ୭ଜଣ ଅଭିଯୁକ୍ତଙ୍କୁ କାବୁ କରିବା ସହିତ ବାଘ ଛାଲ ଜବତ କରିଥିଲା । ତେବେ କଲରାପତରିଆ ବାଘକୁ କେବେ ଓ କିପରି ହତ୍ୟା କରାଯାଇଥିଲା ଉକ୍ତ ଘଟଣାରେ ଆଉ କିଏ ସଂପୃକ୍ତ ଅଛନ୍ତି ସେ ନେଇ ଅଧିକ ତଦନ୍ତ ପୁଲିସ ଆରମ୍ଭ କରିଛି । ଏହାସହିତ ଅଧିକ ତଦନ୍ତ ପାଇଁ ମାମଲା ଏସଟିଏଫ୍କୁ ହସ୍ତାନ୍ତର କରାଯିବ ବୋଲି ଆଜି ରିଆମାଳ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସପି ଅନୀଲ ମିଶ୍ର ସୂଚନା ଦେଇଛନ୍ତି ।