ବିରଳ ପ୍ରଜାତିର ମାଛ ଉଦ୍ଧାର


 ପାଣିକୋଇଲି : କୋରେଇ ବ୍ଲକ ବର୍ତ୍ତମଣା ଗ୍ରାମରୁ ଏକ ବିରଳ ପ୍ରଜାତିର ମାଛ ଉଦ୍ଧାର ହୋଇଛି । ଗ୍ରାମର ସୁରେନ୍ଦ୍ର ବାରିକ ଓ  ବିଜୟ କୁମାର ସାହୁ ବଳରାମ ସାହୁଙ୍କ ଫାର୍ମ ହାଉସକୁ ଯିବା ବେଳେ ବିରଳ ପ୍ରଜାତିର ମାଛ ଦେଖିବାକୁ ପାଇଥିଲେ । ତାକୁ ଧରି ଆଣିବା ପରେ ଏହା ୧ କେଜିରୁ ଉର୍ଦ୍ଧ ଥିବା ଜଣାପଡିଥିଲା । ବର୍ଷା ହେଉଥିବାରୁ ମାଛଟି କେଉଁ ଠାରୁ ଉଠିଆସିଥିବା ଅନୁମାନ କରାଯାଉଛି । ଏହି ବିରଳ ପ୍ରଜାତିର ମାଛକୁ ଦେଖିବା ପାଇଁ ଗ୍ରାମରେ ଭିଡ ଲାଗିଥିଲା ।