ଅଧାକାମରୁ ଠିକାଦାର ଛୁ; ରାସ୍ତାରେ ଆଣ୍ଠୁଏ ପାଣି
ାା ପ୍ରଭାନୁ୍ୟଜ ।ା ପାଣିକୋଇଲି: ଅଧାରୁ ଠିକାଦାର ଛୁ । ଆଉ ଏପାଖରେ ଦାମୋଦରପୁର ମୁଖ୍ୟ ରାସ୍ତାରେ ଆଣ୍ଠୁଏ ପାଣି । ରାସ୍ତା ଦୋହରୀ କରଣ କାର୍ଯ୍ୟ ଠିକା ନେଇଥବା ଠିକାଦାରର ଅନଭିଜ୍ଞ ଯୋଗୁଁ ସାମାନ୍ୟ ବର୍ଷାରେ ଆଣ୍ଠୁଏ ଉଚ୍ଚାର ପାଣି ଜମି ରହିଛି । ରାଜପଥ ଠାରୁ ନରପଦା ପର୍ଯ୍ୟନ୍ତ ରାସ୍ତାର ଦୋହରୀ କରଣ କାର୍ଯ୍ୟ ଚାଲୁଅଛି । ତେବେ ଠିକା ନେଇଥବା ଉକ୍ତ ଠିକାଦାର ଜଣକ ବର୍ଷାଋତୁ ବେଳେ କାର୍ଯ୍ୟାରମ୍ଭ କରିବା ସହିତ ପାଣି ନିଷ୍କାସନ ନିମନ୍ତେ କୌଣସି ବ୍ୟବସ୍ଥା ନକରି କେବଳ ମାଟି ପକାଇ କାର୍ଯ୍ୟ ସ୍ଥଗିତ ରଖିଥବା ବେଳେ ମୁଖ୍ୟ ରାସ୍ତା ଉପରେ ବର୍ଷା ଯୋଗୁଁ ଆଣ୍ଠୁଏ ଉଚ୍ଚାର ପାଣି ଜମି ରହିଛି । ଉକ୍ତ ରାସ୍ତା ସହିତ ପାଖାପାଖି ଦୋକନ ଗୁଡ଼ିକରେ ମଧ୍ୟ ପାଣି ପଣିଛି । ତେବେ ରାସ୍ତା ନିର୍ମାଣ ପୂର୍ବରୁ ଜଳ ନିଷ୍କାସନର ବ୍ୟବସ୍ଥା କରି କାର୍ଯ୍ୟାରମ୍ଭ କରିବା କଥା । ମାତ୍ର ତାହା ନକରି କେବଳ ମାଟି ପକାଇ ଠିକାଦାର ଛୁ ମାରିଥିବା ବେଳେ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏନେଇ ପ୍ରଶାସନ ଦୃଷ୍ଟି ଦେବା ଲାଗି ସାଧାରଣରେ ଦାବି ହେଉଛି ।