ଜବରଦଖଲରେ ଜଗନ୍ନାଥ ଓ ସରକାରୀ ଜମି ରାମକୋରେ କେବେ ଲାଗିବ ବୁଲ୍ଡୋଜର?
ାା ପ୍ରଭାନୁ୍ୟଜ ।ା ଜାରକା : ସରକାରୀ ଜମି ଦଖଲମୁକ୍ତ କରିବାକୁ ସରକାର ଘୋଷଣା କରିଛନ୍ତି । କାଁ ଭାଁ କୋଉଠି ସରକାରୀ ଜମି ଦଖଲମୁକ୍ତ ହେଉଥିଲେ ହେଁ ପ୍ରଭାବଶାଳୀଙ୍କ ପାଖ ମାଡ଼ୁନି ରାଜସ୍ୱ ବିଭାଗ । ଯାହା ଫଳରେ କୋଟି କୋଟି ଟଙ୍କା ମୂଲ୍ୟର ସରକାରୀ ଜମି ଦଖଲମୁକ୍ତ ହୋଇପାରୁନି । ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ସିମେଣ୍ଟ କାରଖାନା କରିଥିବା ରାମକୋ ଜଗନ୍ନାଥ ଏବଂ ସରକାରୀ ଜମି ସହ ଭୂମିହିନ ପରିବାରର ସିଲିଂ ଜମି ଅକ୍ତିଆର କରି ରଖିିଥିଲେ ହେଁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ କୌଣସି ଉଦ୍ୟମ କରାଯାଉନି କି ମୋହନ ସରକାରଙ୍କ ବୁଲଡ଼ୋଜର ପହଁଚୁନି । ରାମକୋ ଧର୍ମଶାଳା ତହସିଲ ଅନ୍ତଗତ ଥାନୁଆଳ, ହରିଦାସପୁର, ଆରୁହା, ପାଖର ପଞ୍ଚାୟତର ଯୋଗରଡ଼ା ଓ ନାନପୁର ମୌଜାର ଏକର ଏକର ସରକାରୀ ଜମି ଜବରଦଖଲ କରିଛି ବୋଲି ଅଭିଯୋଗ ହେଉଛି । ସେଥିମଧ୍ୟରେ ନାକପୋଲ ରାଜସ୍ୱ ସର୍କଲ ଅଧୀନ ଯୋଗଡ଼ା ମୌଜାର ଖାତା ନମ୍ବର ୭୯ ଓ ପ୍ଲଟ୍ ନମ୍ବର ୧୦୬ର ୧.୩୬ଏକର ଜମି, ଖାତା ନମ୍ବର ୭୭ ଓ ପ୍ଲଟ୍ ନମ୍ବର ୧୪୩ର ୧.୫୪ଏକର ଓ ପ୍ଲଟ୍ ନମ୍ବର ୧୫୨ରେ ୨.୫୩ ଏକର ଜମି ରାମ୍କୋ କମ୍ପାନି ଜବରଦଖଲ କରିଛି । ଏନେଇ ସରକାରୀସ୍ତରରେ ଯଥାକ୍ରମେ ୩ଟି ଜବରଦଖଲ କେସ୍ ୧୪୨/୧୮-୧୯, ୧୪୩/୧୮-୧୯, ୧୪୪/୧୮-୧୯ ମଧ୍ୟ ରୁଜୁ ହୋଇଛି । ଏହିସବୁ ଗୋଚର ଜମିର ଉନ୍ନତୀକରଣ ନାମରେ ଚଞ୍ଚକତା କରି ଧର୍ମଶାଳା ର ତକôାଳୀନ ତହସିଲଦାର କୋଟିକୋଟି ଟଙ୍କାର ଭୂସମ୍ପତ୍ତିକୁ ରାମକୋ କମ୍ପାନି ହାତକୁ ଟେକି ଦେଇଛନ୍ତି । ମୁରାରିପୁର ଭାଗବତ ଗୋସାଇଁଙ୍କର ଅଧ ଏକର ମୂଲ୍ୟବାନ ଚାଷଜମି ମଧ୍ୟ କମ୍ପାନି କବ୍ଜା କରିନେଇଛି । ଏନେଇ ମୁରାରିପୁରର ସନ୍ତୋଷ କୁମାର ସାହୁ, ରବୀନ୍ଦ୍ର କୁମାର ତ୍ରିପାଠୀ ଓ ଯୋଗରଡ଼ାର ହେମନ୍ତ କୁମାର ପାଢ଼ୀ ଅଭିଯୋଗ କରିଛନ୍ତି । ସେହିପରି ଗଡ଼ମଧୁପୁର ରାଜା ଯୋଗରଡ଼ା ଓ ରଘୁନାଥପୁର ଅଞ୍ଚଳର ଦଳିତ ପରିବାର ଏବଂ ଭୂମିହୀନ ଲୋକମାନଙ୍କୁ ୪ ଗୁଣ୍ଠ ଲେଖାଏଁ ଜମି ଦେଇଥିଲେ । ପରବର୍ତ୍ତୀ ସମୟରେ ସ୍ୱର୍ଗତ ଇନ୍ଦିରା ଗାନ୍ଧି ସେମାନଙ୍କୁ ସିଲିଂ ପଟ୍ଟା ପ୍ରଦାନ କରିଥିଲେ । ସେହି ଜମିକୁ ମଧ୍ୟ ବିଭିନ୍ନ ଉପାୟରେ ରାମ୍କୋ କମ୍ପାନୀ ନିଜ କବ୍ଜାକୁ ନେଇଯାଇଛି । ୨୦୨୦ରୁ କମ୍ପାନୀ ସିମେଣ୍ଟ ଉତ୍ପାଦନ କରିଥିଲେ ହେଁ ଏହି ଗରିବ ଲୋକମାନଙ୍କୁ ସେମାନଙ୍କ ପ୍ରାପ୍ୟ ଦେଇନାହିଁ । ଫଳରେ ସୁଜାତା ଭଞ୍ଜଙ୍କ ପରିବାର ରାସ୍ତାକଡ଼ରେ ଭଙ୍ଗାକୁଡିଆରେ ପଡ଼ିରହିଛନ୍ତି । ସୁଜାତାଙ୍କ ପରିବାର ଭଳି ଶୁକଦେବ ମଳିକ, ସୁନାକର ମଳିକ, ସ୍ୱର୍ଗତ ଭାସ୍କର ମଳିକ, ବିଜୟ ମଳିକ, ଧୋବା ଭଞ୍ଜ, ବଟକୃଷ୍ଣ ମଳିକ, ପଦିଆ ପରିଡ଼ା, ଚକ୍ରଧର ମଳିକ ଓ ପଦନ ରାଉତଙ୍କ ପରିବାର ନ୍ୟାୟ ପାଇଁ ବାର ଦୁଆର ହେଉଛନ୍ତି । ରାମକୋ କାରଖାନାରେ ପରିବହନଠାରୁ ଆରମ୍ଭ କରି ବିଭିନ୍ନ ବ୍ୟାବସାୟୀକ କାରବାରରେ କୋଟିକୋଟି ଟଙ୍କା ରୋଜଗାର କରୁଥିବା କିଛି ପ୍ରଭାବଶାଳୀ ଓ ଠିକାଦାର ଜନସାଧାରଣଙ୍କ ସ୍ୱରକୁ ଚାପି ଦେଉଛନ୍ତି । ଯିଏ ରାମକୋ କମ୍ପାନୀ ଆଗକୁ ବିରୋଧ କରିବାକୁ ବାହାରୁଛନ୍ତି ସେମାନଙ୍କୁ ରାମକୋର ତଥାକଥିକ ଗୁଣ୍ଡା ମନେ ମାରଧର କରି ସେମାନଙ୍କ ସ୍ୱରକୁ ଚାପିଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ ହେଉଛି । ରାଜ୍ୟ ସରକାର ଏଦିଗରେ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ପ୍ରଜା ଦାବି କରିଛନ୍ତି ।