ବିଲରୁ ଏଲଟି କେବୁଲ ଚୋରି

ପାଣିକୋଇଲି : ଟାଟା ପାୱାର ଇଲେକ୍ଟ୍ରି ହାତକୁ ନେବାପରେ ଦିନକୁ ଦିନ କେବୁଲ୍ ଚୋରି ବଢ଼ିପାଇବାରେ ଲାଗିଛି । ସୂଚନା ମୁତାବକ କୋରେଇ ବ୍ଲକ ଧନେଶ୍ୱର ପଂଚାୟତ ଧନପୁର ଗ୍ରାମର ଚାଷ ଜମିରେ ଚାଷୀ ମାନଙ୍କ ପାଇଁ ଏଲଟି ପଏଂଟ ଦଶଟି ବସିଥିଲା । ସମସ୍ତ ପଏଂଟକୁ କେବୁଲ ସଂଯୋଗ କରାଯାଇଥିଲା । କାଲି ରାତିରେ ଚୋର ସମସ୍ତ ଖୁଂଟରୁ କେବୁଲ ଚୋରି କରି ନେଇଛନ୍ତି ।  ଆଜି ସକାଳୁ ଚାଷୀ ଦେଖି  ଥାନାରେ ଅଭିଯୋଗ କରିଛନ୍ତି । ବିଦୁ୍ୟତ ବିଭାଗ ଏଥିପ୍ରତି ଦୃଷ୍ଟି ନଦେଲେ ଭବିଷ୍ୟତରେ ଅଧିକରୁ ଅଧିକ ଚୋରି ବଢିବାକୁ ଏଡ଼ାଇ ଦେଇ ହେବନି ।