ଅଗ୍ନିକାଣ୍ଡରେ ୨ ବଖରା ଭସ୍ମୀଭୂତ

 କବାଟବନ୍ଧ : ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ଥାନା ପୁରୁଣା ବଉଳମାଳ ପଞ୍ଚାୟତ ଅଧିନ ବରମୁଣ୍ଡୁଳି ଗ୍ରାମରେ ନୃସିଂହ ମଲିକଙ୍କ ଘର ପୋଡ଼ି ଯାଇଥିବା ସୂଚନା ମିଳିଛି । ସୋମବାର ସନ୍ଧ୍ୟାରେ ରୋଷେଇ କରୁଥିବା ସମୟରେ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ଥିବା ସୂଚନା ମିଳିଛି  । ନିଆଁ ଲାଗି ଏଥିରେ ଘରର ବିଭିନ୍ନ ଆସବାପତ୍ର ସହିତ ଗୃହ ଉପକରଣ ସମ୍ପୂର୍ଣ୍ଣ ଜଳିଯାଇଛି ।   ଖବର ପାଇ ଚଢେଇଧରା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିବା ବେଳକୁ  ମଧ ସେତେବେଳେକୁ ୨ ବଖରା ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଥିଲା  । ସେ ଜଣେ ଗରିବ ଶ୍ରେଣୀର ବ୍ୟକ୍ତି ହୋଇଥିବାରୁ ତାଙ୍କୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ପରିବାର ପକ୍ଷରୁ ଦାବି ହୋଇଛି ।