ବିଶାଳ ଅହିରାଜ ସାପ ଉଦ୍ଧାର
ନୀଳଗିରି : ନୀଳଗିରି ଉପଖଣ୍ଡ କୁଲଡ଼ିହା ଅଭୟାରଣ୍ୟ ପାଦଦେଶ ଢୋଲପୁର ଗ୍ରାମର କମଳାକାନ୍ତ ପରିଡ଼ାଙ୍କ ଘର ବାଡିରୁ ପ୍ରାୟ ୧୪ ଫୁଟ ଲମ୍ବର ଏକ ଅହିରାଜ ସାପ ଦେଖିବାକୁ ମିଳିଥିଲା । ଏହା ଦେଖି ଘର ଲୋକେ ତଥା ଗ୍ରାମବାସୀ ଭୟଭୀତ ହୋଇ ପଞ୍ଚଲିଙ୍ଗେଶ୍ୱର ବିଟ୍ ଫରେଷ୍ଟର ଭାଗ୍ୟଶ୍ରୀ ଦ୍ୱିବେଦୀ ସ୍ନେକ୍ ହେଲ୍ପଲାଇନ ସଦସ୍ୟ ହରେକୃଷ୍ଣ ରାଉତ ଓ କାର୍ତ୍ତିକ ସେଠୀଙ୍କୁ ଖବର ଦେଇଥିଲେ । ଶ୍ରୀ ରାଉତ ଓ ସେଠୀ ତୁରନ୍ତ ଉକ୍ତ ସ୍ଥାନରେ ପହଞ୍ଚô ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି କୁଲଡିହା ଜଙ୍ଗଲରେ ଛାଡି ଦେଇଥିଲେ । ଏହି କାର୍ଯ୍ୟରେ କୁଲଡ଼ିହା ବନବିଭାଗ କାର୍ଯ୍ୟାଳୟର ରଣଜିତ୍ ମଙ୍ଗଲ, ସୁବାଶିଷ , ମୁସ୍କାନ ସିଂ ପ୍ରମୁଖ ସହଯୋଗ କରିଥିଲେ ।