ବିଶ୍ୱ ଖାଉଟି ଅଧିକାର ଦିବସ ପାଳିତ

 ବଲାଙ୍ଗିର : ସ୍ଥାନୀୟ ଟାଉନ ବାଳିକା ହାଇସ୍କୁଲ ସଭାଗୃହରେ ବଲାଙ୍ଗୀର ବୈଧ ମାପ ବିଜ୍ଞାନ ବିଭାଗ ସହଯୋଗରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବଲାଙ୍ଗିର ଶାଖା ଦ୍ୱାରା ବିଶ୍ୱ ଖାଉଟି ଅଧିକାର ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ଗ୍ରାହକ ପଞ୍ଚାୟତ ଜିଲ୍ଲା ଶାଖା ସଭାପତି ଗୋପବନ୍ଧୁ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଟିତ ହୋଇଥିଲା । ଜିଲ୍ଲା ଖାଉଟି ବିଷୟକ ଅଧିକାରୀ ତଥା ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ବିଜୟା ନନ୍ଦ ସେଠୀ ମୁଖ୍ୟଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ମୁଖ୍ୟଅତିଥି ଶ୍ରୀ ସେଠୀ କ୍ରେତା ବିକ୍ରେତାଙ୍କ ସମନ୍ୱୟ ଶୋଷଣମୁକ୍ତ ସମାଜ ଗଠନରେ ସହାୟକ ହେବ ବୋଲି ବକ୍ତବ୍ୟ ଦେଇଥିଲେ ।  ଜିଲ୍ଲାରେ ଗୋଟିଏ ବର୍ଷ ଭିତରେ ଗୋଟିଏ ମଧ୍ୟ ଖାଉଟି ସଂକ୍ରାନ୍ତୀୟ ମାମଲା ତାଙ୍କର ଦୃଷ୍ଟିକୁ ଆସିନଥିବାରୁ ଗ୍ରାହକ ସଚେତନତା ଓ ବିଭାଗ ସଚେତନତା ଉପରେ ଅଧିକ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ  ।
ମୁଖ୍ୟବକ୍ତା ଭାବରେ ଅଖିଲ ଭାରତୀୟ ଗ୍ରାହକ ପଞ୍ଚାୟତ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ରାଧାମାଧବ ବହିଦାର କହିଲେ ଦେଶରେ ବିକ୍ରେତାମାନେ ଖାଉଟିମାନଙ୍କୁ ଯେପରି ଲୁଟି ଚାଲିଛନ୍ତି  । ସେଥିରୁ ସେମାନଙ୍କ ଦେଶ ପ୍ରୀତି କିପରି ଜଣାପଡ଼ୁଛି  । ପରିବର୍ତ୍ତିତ ସ୍ଥାୟୀ ଜୀବନଶୈଳୀ ପାଇଁ ଆହ୍ୱାନ ଶୀର୍ଷକ ଆଲୋଚନାରେ ଆଜିର ବ୍ୟବସ୍ଥାରେ ପରିବର୍ତ୍ତନ ନ ଘଟିଲେ ଆମେ ଅମର ପରମ୍ପରା ସାମାଜିକ ସମ୍ପର୍କ ଜୀବନ ଶୈଳୀରେ ହେଉଥିବା ପରିବର୍ତ୍ତନକୁ ଗ୍ରହଣ କରି ଅମର ପିଢ଼ିକୁ ଧ୍ୱଂସ ଆଡ଼କୁ ନେଇ ଯାଉଛୁ ବୋଲି କହିଥିଲେ  । ଆମେ ଯଦି ପରିବେଶ ଜମି ଜଳ ଜଙ୍ଗଲକୁ ସୁରକ୍ଷା ଦେଇ ବ୍ୟବସ୍ଥିତ  କଲେ ସୁରକ୍ଷିତ ରହିବା ବୋଲି କହିଥିଲେ । ଗ୍ରାହକ ପଞ୍ଚାୟତ ଦେଶରେ ଆମର ଅଧିକାର ଉପରେ କାମ କରି ଆସିଛି, ଗ୍ରାହକକୁ ରାଜା ବୋଲିି ଅଭିହିତ କରି ତାର ବ୍ୟବସ୍ଥା କରିଛିି । ସମ୍ମାନୀତ ଅତିଥି ଭାବରେ ବଲାଙ୍ଗିର ନଗରପାଳିକା ଲିକା ସାହୁ ହେଉଥିବା ଅନଲାଇନ ଠକାମି ବୃଦ୍ଧି ପାଉଥିବାରୁ ଚିନ୍ତାବ୍ୟକ୍ତ କରି ଏ ଦିଗରେ ଅଧିକ ସଚେତନ ହୋଇ ଅଳ୍ପ ସମୟରେ ଅଧିକ ମନୋବୃତ୍ତି ପରିହାର କରିବା ଉପରେ ମତ ଦେଇଥିଲେ । ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀ ସରୋଜ କୁମାର ସାହୁ ଖାଉଟି ବିଷୟ  ଉପରେ ନିଜ ବକ୍ତବ୍ୟ ରଖିଥିଲେ ।  ପ୍ରଥମେ କାର୍ଯ୍ୟକ୍ରମର ଉଦେ୍ଦଶ୍ୟ ଓ ତାତ୍ପର୍ଯ୍ୟ ଊପରେ ଆଲୋକପାତ କହିଥିଲେ । ବିଭାଗ ଦ୍ୱାରା ନେଇଥିବା ବିଭିନ୍ନ ବ୍ୟବସ୍ଥା ଉପରେ ସୂଚନା ଦେଉଥିଲେ । ଗ୍ରାହକର ଅଧିକାର କଣ ଏଥିପାଇଁ ନେବାକୁ ଥିବା ବିଭିନ୍ନ ବିଷୟ ଉପରେଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ ଶରତ କୁମାର ରାଉତ ଆଲୋଚନା କହିଥିଲେ । ସଭାପତି ଶତପଥୀ ସଭାପତି ଅଭିଭାଷଣରେ ଗ୍ରକାକ ପଞ୍ଚାୟତ ସଚେତନତା ଡିଗରେ ବିଭିନ୍ନ  ବିଷୟ ରଖିଥିଲେ  । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ ପରେ ଅତିଥିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରାଯାଇଥିଲା । ବରିଷ୍ଟ ସଦସ୍ୟ ଅଶୋକ ମିଶ୍ର ପ୍ରମୁଖ ଶାନ୍ତି ପାଠ କରିଥଲେ  ।