ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ର ବୁଲିଲେ, ଓଡ଼ିଶାର ଶିକ୍ଷାର୍ଥୀଙ୍କ ସହ ମତ ବିନିମୟ କଲେ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସିଙ୍ଗାପୁର ଗସ୍ତ ଅବସରରେ ଦକ୍ଷତା ବିକାଶ ତାଲିମ୍ ନେଉଥିବା ଶିକ୍ଷାର୍ଥୀମାନଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ । ବର୍ତ୍ତମାନ ସିଙ୍ଗାପୁର ଗସ୍ତରେ ଯାଇଥିବା ଓଡିଶା ସ୍ଥିତ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରର  ପ୍ରଶିକ୍ଷାର୍ଥୀଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦି ମତବିନିମୟ କରିଥିଲେ  । ସିଆଇଆଇ- ଏଣ୍ଟର୍ପ୍ରାଇଜ୍ ସିଙ୍ଗାପୁର ଇଣ୍ଡିଆ ରେଡି ଟାଲେଣ୍ଟ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଭାରତ ଗସ୍ତ କରି ଆସିଥିବା ସିଙ୍ଗାପୁରର ପ୍ରଶିକ୍ଷାର୍ଥୀଙ୍କ ସହ ମଧ୍ୟ ସେ  ମତବିନିମୟ କରିଛନ୍ତି  । ଏହି ସାକ୍ଷାତ ଏକ ଚମକôାର ଅନୁଭୂତି ଥିଲା ବୋଲି ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି  । ଦକ୍ଷତା ବିକାଶ କ୍ଷେତ୍ରରେ ଭାରତ ଓ ସିଙ୍ଗାପୁରର ଏହି ସହଯୋଗ ବାସ୍ତବରେ ସ୍ୱତନ୍ତ୍ର ଓ ଏହା ନବସୃଜନ ସମେତ ମାନବୀୟ ପ୍ରତିଭାକୁ ପ୍ରୋସôାହିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଥିଲେ ।