ବିଶ୍ୱ ପୁଲିସ ଏବଂ ଅଗ୍ନିଶମ କ୍ରୀଡା ଗୌରବ ଆଣିଲେ ଅଶୋକ ଓ ସୁସ୍ମିତା
ଭୁବନେଶ୍ୱର : ଯୁକ୍ତରାଷ୍ଟ୍ର ଆମେରିକାର ବର୍ମିଂହାମରେ ଅନୁଷ୍ଠିତ ହୋଇଥିବା ପ୍ରତିଷ୍ଠିତ ବିଶ୍ୱ ପୁଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫ରେ ଓଡ଼ିଶା ପୁଲିସର କନଷ୍ଟେବଳ ଅଶୋକ ଦଣ୍ଡସେନା ଓ ସୁସ୍ମିତା ଟିଗା ରାଜ୍ୟ ପୁଲିସ ପାଇଁ ଗୌରବ ଆଣିଛନ୍ତି । ଅଶୋକ ଦଣ୍ଡସେନା ୮୦୦ ମିଟର (ପୁରୁଷ ବର୍ଗ) ୌଡ଼ରେ ସ୍ୱର୍ଣ୍ଣ ପଦକ ଏବଂ କନଷ୍ଟେବଳ ସୁସ୍ମିତା ଟିଗା ୮୦୦ ମିଟର (ମହିଳା ବର୍ଗ) ଦୌଡ଼ରେ ରୌପ୍ୟ ପଦକ ହାସଲ କରି ଏକ ନୂତନ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି । ଉଭୟଙ୍କ ଏହି ବିରଳ ସଫଳତାରେ ରାଜ୍ୟ ଆରକ୍ଷୀ ମହାନିଦେ୍ର୍ଦଶକ ଯୋଗେଶ ବାହାଦୁର ଖୁରାନିଆ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କ୍ରୀଡ଼ାବିତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଉଭୟ ଅଶୋକ ଓ ସୁସ୍ମିତା ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଅସାଧାରଣ କ୍ରୀଡା କୌଶଳ ପ୍ରଦର୍ଶନ କରିବା ସହ ଓଡ଼ିଶାର ପୋଲିସର ସୁନାମ ବଢାଇଛନ୍ତି ବୋଲି ଶ୍ରୀ ଖୁରନିଆ କହିଛନ୍ତି ।