ବିଶ୍ୱ ମାତୃଭାଷା ଦିବସ ପାଳିତ

ବ୍ୟାସନଗର : ବ୍ୟାସନଗର ସ୍ୱୟଂ ଶାସିତ କଲେଜରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି । କଲେଜ ପରିସରରେ ଥିବା ପଣ୍ଡିତ ଉକ୍ରଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ପୂର୍ବକ ଏହି ଦିବସର ମହତ୍ୱ ସମ୍ପର୍କରେ ପ୍ରାଧ୍ୟାପିକା ଡ. ଦିପ୍ତିମୟୀ ଦାଶ, ଡ. ସୁଜାତା ଓତା, ପ୍ରାଧ୍ୟାପକ ଦିଲ୍ଲୀପ ମହାନ୍ତି, ଗୌରାଙ୍ଗ ଚରଣ ମଲ୍ଲିକ, ଅମୂଲ୍ୟ କୃଷ୍ଣ ପାଢ଼ୀ, ଅଜୟ ମହାକୁଡ଼, ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ସନାତନ ଦାଶ, ଦଶରଥ ସାହୁ, ବିବେକାନନ୍ଦ ଜେନା, ବିଷ୍ଣୁ ଚରଣ ବରୁଡି ଅଧ୍ୟାପିକା ଡ. ପ୍ରଜ୍ଞାପ୍ରବର୍ତିକା ଦାଶ, ଲିନା ମହାନ୍ତି, ଡେମନ୍ ଷ୍ଟ୍ରେଟର ରତ୍ନାକର ସ୍ୱାଇଁ, ପ୍ରଦୋଷ ରଞ୍ଜନ ରାୟ, ରମେଶ ଚନ୍ଦ୍ର ବେହେରା, ସୁରେନ୍ଦ୍ର ସାହୁ, ରବିନ୍ଦ୍ର ଦୋବେଇ ଓ ପୁଷ୍ପଲତା ରାଉତ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା ।