ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ

କଟକ:  ଫ୍ରେଣ୍ଡସ ଇଲେଭେନ ଚାରିଟେବୁଲ ଟ୍ରଷ୍ଟ ଏବଂ ରାଷ୍ଟ୍ରୀୟ ଆବାସ ବ୍ୟାଙ୍କ ଭୁବନେଶ୍ୱର ଆଂଚଳିକ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ନରସିଂହପୁର ଅଂଚଳ ଅନ୍ତର୍ଗତ ଜିଲିଣ୍ଡା ସ୍ଥିତ ମା’ ବିନ୍ଧ୍ୟବାସିନୀ ଅନାଥ ଶିକ୍ଷାଶ୍ରମ ଠାରେ ଏକ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଏକ ସ୍ୱଚ୍ଛତା ରାଲି ନିକଟସ୍ଥ ଗ୍ରାମ ଏବଂ ବଜାରରେ ବୁଲିବା ସହିତ ଜନସାଧାରଣମାନଙ୍କୁ ପିଲାମାନଙ୍କ ଦ୍ୱାରା ସ୍ୱଚ୍ଛତା ସଚେତନତା ବାର୍ତ୍ତା ପ୍ରଦାନ କରାଯାଇଥିଲା । କାହ୍ନୁଚରଣ ବିଶ୍ୱାଳ, ମଂଚ ପରିଚାଳନା କରିଥିଲେ । ଟ୍ରଷ୍ଟର ସଭାପତି ବିଶ୍ୱ ରଂଜନ ରାଉତ, ସତ୍ୟଜିତ ରାୟ, ଅନିଲ ନାୟକ, ଆକାଶ ସ୍ୱାଇଁ, ଅଙ୍କିତା ବେଉରା, ସ୍ନେହଲତା ପ୍ରଧାନ, ସୁଇଟି ବେଉରା ଏବଂ ଲୋପାମୁଦ୍ରା ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରମୋଦିନୀ ନାୟକ, ବିବେକାନନ୍ଦ ହେମରମ ଓ ତୋଫାନ ମହାଲିକ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଶେଷରେ ସତ୍ୟ ପ୍ରକାଶ ସାହୁ ଧନ୍ୟବାଦ ଦେଇଥିଲେ ।