କନିକା ପୂଜ୍ୟପୂଜା ପରିଷଦର ସାରସ୍ୱତ ସମାରୋହ

 ରାଜକନିକା: ସାହିତ୍ୟ ସଂସ୍କୃତି ଓ ପ୍ରତିଭା ପୂଜନର ଭାବିଭୂମି ଉପରେ ପ୍ରତିଷ୍ଠିତ କନିକା ପୂଜ୍ୟପୂଜା ପରିଷଦ ରାଜକନିକା ତାର ୧୧ତମ ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ଉସôବ ନେତାଜୀ ଜୟନ୍ତୀ ଓ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ବାଘବୁଦା ବିଦ୍ୟାଳୟରେ ପାଳନ କରିଛି  । ପରିଷଦର ସମ୍ପାଦକ କପିଳ ଚରଣ ମିଶ୍ର, ସଭାପତି ଦୁର୍ଯେ୍ୟାଧନ ସାମଲ. ମୁଖ୍ୟଅତିଥି ଭାବେ ପ୍ରଖ୍ୟାତ ସାହିତ୍ୟ ସାଧକ ଓ "କଥା’ର ସମ୍ପାଦକ ଡ଼. ଗୌରହରି ଦାସ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ପ୍ରଧାନଶିକ୍ଷକ ତ୍ରିଲୋଚନ ଦାସ ପ୍ରମୁଖ ଯୋଗଦେଇ ସାରଗର୍ଭକ ବକ୍ତବ୍ୟ ରଖିଥିଲେ  ।  ପରିଷଦ ପକ୍ଷରୁ ଓଡିଶା ଦନ୍ତ ପରିଷଦର ସଭାପତି ଡାକ୍ତର ଆଶିଷ କୁମାର ବାରିକ, ଅବସର ପ୍ରାପ୍ତ ଡ଼ିଏଫଓ ରବିନାରାୟଣ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ଦିବଂଗତ ପ୍ରାକ୍ତନ ସରପଞ୍ଚ ବୈକୁଣ୍ଠ ନାଥ ରାଉତଙ୍କୁ ମରଣତ୍ତୋର ଭାବେ ତାଙ୍କ ସୁପୁତ୍ର ବିଶ୍ୱ କେସନ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା  । ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଶାସକ ବଂଶୀଧର ରାଉତ, ପରିଷଦର ସମ୍ପାଦକ କପିଳ ଚରଣ ମିଶ୍ର, ଆଡ଼ଭୋକେଟ୍ ମୃତୁ୍ୟଞ୍ଜୟ ସାମଲ, କାଳୀ ପ୍ରସାଦ ନାୟକ, ସୁରେଶ ଚନ୍ଦ୍ର ମିଶ୍ର, କପିଳେନ୍ଦ୍ର ମଲ୍ଲିକ, ଡ଼. ଫକୀର ଚନ୍ଦ୍ର ପ୍ରଧାନ, ଦାମୋଦର ଧଳ, ଶରତ ରାଉତ, ଗୋପୀନାଥ ଦାଶ, ବିଧାନ ଦାସ ଭାଗିରଥି ସାମଲ, ମୁରଲୀଧର ନାୟକ, ରବିନାରାୟଣ ଜେନାଙ୍କ ସମେତ ପରିଷଦର ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ  । ଶେଷରେ ହରେକୃଷ୍ଣ ବାରିକ ଓ ପ୍ୟାରୀମୋହନ ସ୍ୱାଇଁଙ୍କ ପୁସ୍ତକ ‘ପ୍ରତିଧ୍ୱନି’ ଉନ୍ମୋଚନ କରାଯାଇଥିଲା  ।