ହରିଣଙ୍କ ପାଇଁ   ଚିନ୍ତାରେ ଚାଷୀ 


 ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ବ୍ଲକ ନରସିଂହପୁର ପଞ୍ଚାୟତ  ଅନ୍ତର୍ଗତ ଅଠରବାଟିଆ ଗ୍ରାମରେ ୨ଟି  ହରିଣ ଉତ୍ପାତ କରୁଥିବା ଖବର ମିଳିଛି । ଏହି ହରିଣ ଧାନ ବିଲରେରେ ପଶି ପଡିଥିବା ତଳିକୁ ଖାଇବା ସହିତ ଧାନ ବିଲକୁ ଘାଣ୍ଟି ପକାଉଛନ୍ତି  । ହରିଣମାନେ ଅଠରବାଟିଆ ସ୍କଲ ପଛ ପାଖ ବିଲରେ ତଳି ପକାଇଥିବା ଶ୍ରୀଧର ନାୟକ, ଅନନ୍ତ ନାୟକ, ରବିନ୍ଦ୍ର ମଳିକଙ୍କ ବିଲରେ ପଶି ନଷ୍ଟ କରିଥିବା ଜଣାପଡିଛି । ବନ ବିଭାଗ ପକ୍ଷରୁ ଏକ ୫ ଜଣିଆ ଟିମ ହରିଣ ଧରିବାକୁ ଆସି ବିଫଳ ହୋଇ ଫେରି ଯାଇଥିବା ଖବର ମିଳିଛି । ଚାଷୀଙ୍କ ଫସଲକୁ ସୁରକ୍ଷା ଦେବା ପାଇଁ ବିନ ବିଭାଗ ପକ୍ଷରୁ ତରୁନ୍ତ ହରିଣମାନଙ୍କୁ ଧରିବାକୁ ନରସିଂହପୁର ସରପଞ୍ଚ ଦିପ୍ତୀମୟୀ ପରିଡା ଦାବି କରିଛନ୍ତି ।