ବିଶ୍ୱଜିତଙ୍କ ପରିବାରକୁ ଭେଟିଲେ ରୁଦ୍ର ପାଣି
ତାଳଚେର : ଗତ କିଛିଦିନ ପୂର୍ବରୁ ତାଳଚେର ଦେଉଳବେଡ଼ା କଲୋନୀରେ ରହୁଥିବା ଲାଙ୍ଗୀଯୋଡ଼ା ଗ୍ରାମର ବିଶ୍ୱଜିତ୍ ନାଏକଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା । ନିଖୋଜ ହେବାର ନଅ ଦିନ ପରେ ବିଶ୍ୱଜିତଙ୍କ ଗଳିତ ଶବ ତାଳଚେର ଥାନା ଶିବରାମପୁର ଜଙ୍ଗଲରୁ ମିଳିଥିଲା । ଏ ସଂକ୍ରାନ୍ତରେ ପୋଲିସ ଦୁଇ ଜଣକୁ ଗିରଫ କରିଛି । ତେବେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଦେଉଳବେଡ଼ା ସ୍ଥିତ ତାଙ୍କ ବାସଭବନକୁ ଯାଇ ତାଙ୍କ ବାପା ବିମଳ ନାଏକ ଏବଂ ସମସ୍ତ ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇବା ସହ ପୋଲିସ ଆଇଜି ସତ୍ୟବ୍ରତ ଭୋଇ, ଏସ୍ପି ରାହୁଲ ଜେନା ଓ ଏସ୍ଡିପିଓ ଭରତ ସାହୁଙ୍କୁ ଫୋନ କରି ହତ୍ୟାକାଣ୍ଡର ସଠିକ୍ ତଦନ୍ତ କରାଇ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ବିଧାନ ପାଇଁ ବିଧି ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ସାଂସଦଙ୍କ ସହ ଜୋନାଲ୍ ମିଡିଆ ସେଲ୍ ସଂଯୋଜକ ପର୍ଶୁରାମ ବାରିକ, ପ୍ରାକ୍ତନ ମଣ୍ଡଳ ସଭାପତି ବରୁଣ ସାହୁ, ଜିତେନ୍ଦ୍ର ଦାସ, ଜଗଦୀଶ ସିଂହ, ସୁନୀଲ ପଟ୍ଟନାୟକ, କାଉନସିଲର ସ୍ୱାଧୀନ ଥମ୍ବ, ବିନ୍ଦା ସିଂହଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।
 
 Rasmita Behera
                                    Rasmita Behera                                 
    
             
    
 
    
 
 
 
