ପିକ୍ଅପ୍ ଭ୍ୟାନ୍ ଓଲଟି ଚାଳକ ଗୁରୁତର
ହିଞ୍ଜିଳିକାଟୁ: ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ରାମଚନ୍ଦ୍ରପୁର ଗ୍ରାମ ଛକ ନିକଟରେ ଏକ ପିକ୍ଅପ ଭ୍ୟାନ ଓଲଟି ପଡିବାରୁ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ଜୟମଙ୍ଗଳ ମାର୍ଗ ଅଞ୍ଚଳର କୁମର ବେହେରା (୧୯) । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିସôା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିସôା ପରେ ତାଙ୍କୁ ଅଧିକ ଚିକିସôା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରକାଶ ଯେ, ଗୁରୁବାର ସକାଳେ ହିଞ୍ଜିଳିକାଟୁ ଠାରୁ ଏକ ପିକଅପ ଭ୍ୟାନ୍ (ଓଡି୩୨ଜେ ୮୭୧୦) ଶୁଖିଲା ଖାଦ୍ୟ ନେଇ ମଣ୍ଡମରାଇ ଅଭିମୁଖେ ଯାଉଥିଲେ । ରାମଚନ୍ଦ୍ରପୁର ଛକ ନିକଟରେ ଚାଳକ ଜଣଙ୍କ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଷ୍ଟପ ବେକରକୁ ଧକ୍କା ଦେବାରୁ ଗାଡିଟି ରାସ୍ତା ପାର୍ଶ୍ୱକୁ ଓଲଟି ପଡ଼ିଥିଲା । ଦୁର୍ଘଟଣାରେ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଥିଲେ । ଖବର ପାଇ ହିଞ୍ଜିଳି ପୁଲିସ ହିଞ୍ଜିଳିକାଟୁ ଡାକ୍ତରଖାନାରେ ପହଞ୍ଚô ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଘଟଣାର ତଦନ୍ତ ଚଳାଇଛି ।