ରାସନକାର୍ଡ ଅପେକ୍ଷାରେ ୬୧୯୮୩୬ ହିତାଧିକାରୀ
ାା ପ୍ରଭାନୁ୍ୟଜ୍ ।ା ଭୁବନେଶ୍ୱର : ବିଧାନସଭାର ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମରେ ବିଧାୟକ ଅମର ନାୟକଙ୍କ ପ୍ରଶ୍ନର ଉତ୍ତରରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ ଯେ, ଅନୁଗୁଳରେ ୬୫୮୩, ବାଲେଶ୍ୱର ୬୫୮୫୫, ବରଗଡ଼ ୧୫୪୭୮, ଭଦ୍ରକ ୨୨୨୪୨, ବଲାଙ୍ଗୀର ୨୭୯୩୫, ବୌଦ୍ଧ ୮୦୫୨, କଟକ ୫୦୬୮୬, ଦେଓଗଡ଼ ୪୦୫୦, ଢ଼େଙ୍କାନାଳ ୧୩୩୪୨, ଗଜପତି ୪୬୭୮, ଗଞ୍ଜାମ ୧୦୭୦୭୪, ଜଗତସିଂହପୁର ୨୦୩୧୯ ରାସନ କର୍ଡ ପାଇଁ ହିତାଧିକାରୀ ଆବେଦନ କରିଥିବାବେଳେ ଜୟପୁରରୁ ୧୫୭୯୫, ଝାରପୁଗୁଡ଼ା ୯୮୫୬, କଳାହାଣ୍ଡି ୯୯୫୬, କନ୍ଧମାଳ ୨୦୪୧, କେନ୍ଦ୍ରାପଡ଼ା ୪୨୧୬୭, କେନ୍ଦୁଝର ୧୦୩୩୬, ଖୋର୍ଦ୍ଧା ୨୯୨୯୮, ମାଲକାନଗିରି ୧୨୭୯, ମୟୂରଭଞ୍ଜ ୮୨୫୨, ନବରଙ୍ଗପୁର ୪୩୧୭, ନୟାଗଡ଼ ୨୫୪୨୬, ନୂଆପଡ଼ା ୧୦୭୦୨, ପୁରୀ ୪୮୬୬୦, ରାୟଗଡ଼ା ୮୯୨୦, ସମ୍ବଲପୁର ୬୨୯୯, ସୋନପୁର ୪୮୦୯, ସୁନ୍ଦରଗଡ଼ରେ ୨୮୭୫୬ ହିତାଧିକାରୀ ଆବେଦନ କରିଛନ୍ତିି । ତେବେ ରାଜ୍ୟରେ ରାସନକାର୍ଡ ଅପେକ୍ଷାରେ ରହିଛନ୍ତି ମୋଟ ୬୧୯୮୩୬ ହିତାଧିକାରୀ । ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଯୋଗ୍ୟ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟା ଚାଲିଛି ତାହାର ସମ୍ପୂର୍ଣ୍ଣ ବିବରଣୀ ଆସିଲା ପରେ ରାସନ କାର୍ଡ ବଣ୍ଟନ କରାଯିବ ।