ବିହାର ଡ୍ରାଫ୍ଟ ତାଲିକାରୁ ବାଦ ପଡିଥିବା ୬୫ ଲକ୍ଷ ଭୋଟରଙ୍କ ନାମ ଜିଲ୍ଲା ୱେବସାଇଟ୍ରେ ଉପଲବ୍ଧ

 ନୂଆଦିଲ୍ଲୀ :  ସୁପ୍ରିମକୋର୍ଟଙ୍କ ନିଦେ୍ର୍ଦଶ ପରେ ବିହାରର ଡ୍ରାଫ୍ଟ ଭୋଟର ତାଲିକାରୁ ସ୍ୱତନ୍ତ୍ର ସଘନ ସଂଶୋଧନ ପରେ ବାଦ ଦିଆଯାଇଥିବା ନାମ ତାଲିକା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ୱେବସାଇଟରେ ପୋଷ୍ଟ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ରବିବାର କହିଛନ୍ତି । ନିର୍ବାଚନ ହେବାକୁ ଥିବା ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)କୁ ଚ୍ୟାଲେଞ୍ଜ କରି ଆଗତ ଅନେକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଗତ ସପ୍ତାହରେ ନିର୍ବାଚନ କମିଶନ (ଇସି)ଙ୍କୁ ପ୍ରକ୍ରିୟାରେ ସ୍ୱଚ୍ଛତା ବୃଦ୍ଧି କରିବା ପାଇଁ ଅନ୍ତର୍ଭୁକ୍ତ ନ ହେବାର କାରଣ ସହିତ ଭୋଟର ତାଲିକାରୁ ବାଦ ଦିଆଯାଇଥିବା ୬୫ ଲକ୍ଷ ନାମର ବିବରଣୀ ପ୍ରକାଶ କରିବାକୁ କହିଥିଲେ । ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି କୁମାର କହିଛନ୍ତି ଯେ ସର୍ବୋଚ୍ଚÿ ଅଦାଲତଙ୍କ ନିଦେ୍ର୍ଦଶର ୫୬ ଘଣ୍ଟା ମଧ୍ୟରେ ଡ୍ରାଫ୍ଟ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ନଥିବା ଭୋଟରଙ୍କ ନାମ ଜିଲ୍ଲା ୱେବସାଇଟରେ ପୋଷ୍ଟ କରାଯାଇଛି । ସେ ଏହା ମଧ୍ୟ କହିଛନ୍ତି ଯେ ଭାରତରେ ସଂସଦ ଏବଂ ବିଧାନସଭା ନିର୍ବାଚନ ଏକ ବହୁସ୍ତରୀୟ ଓ ବିକେନ୍ଦ୍ରୀକୃତ ଗଠନ ବ୍ୟବସ୍ଥା ଯାହା ଆଇନ ଦ୍ୱାରା ପରିଚାଳିତ । ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ନିଦେ୍ର୍ଦଶାବଳୀ ଆଧାରରେ, ନିର୍ବାଚନ ପଞ୍ଜିକରଣ ଅଧିକାରୀ, ଯେଉଁମାନେ ଏସଡିଏମ-ସ୍ତରୀୟ ଅଧିକାରୀ, ବୁଥ୍ ସ୍ତରୀୟ ଅଧିକାରୀଙ୍କ ସହାୟତାରେ ଭୋଟର ତାଲିକା (ଇଆର) ପ୍ରସ୍ତୁତ ଓ ଚୂଡ଼ାନ୍ତ କରନ୍ତି । ବିହାରରେ ଡ୍ରାଫ୍ଟ ଭୋଟର ତାଲିକା ଅଗଷ୍ଟ ୧ ରେ ପ୍ରକାଶିତ ହୋଇଥିଲା ଓ ଏହା ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଦାବି ଏବଂ ଆପତ୍ତି ପାଇଁ ଉପଲବ୍ଧ ହେବ । ଯାହା ଅଧୀନରେ ଦଳ ଏବଂ ବ୍ୟକ୍ତିବିଶେଷ ଯୋଗ୍ୟ ନାଗରିକଙ୍କୁ ଅନ୍ତର୍ଭୁକ୍ତ କରିବାକୁ କିମ୍ବା ଅଯୋଗ୍ୟ ବୋଲି ବିଶ୍ୱାସ କରୁଥିବା ଲୋକଙ୍କୁ ବାଦ ଦେବାକୁ ଆବେଦନ କରିପାରିବେ ।