ମହାରାଷ୍ଟ୍ର ବିଧାନସଭା ପାଇଁ ବିଜେପି ଜାରି କଲା ତୃତୀୟ ତାଲିକା

ମହାରାଷ୍ଟ୍ର ବିଧାନସଭା ପାଇଁ ବିଜେପି ଜାରି କଲା ତୃତୀୟ ତାଲିକା


ମୁମ୍ବାଇ – ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ସୋମବାର ଦିନ ୨୫ ପ୍ରାର୍ଥୀଙ୍କ ନିଜର ତୃତୀୟ ତାଲିକା ଜାରି କରିଦେଇଛି । ଏହାପୂର୍ବରୁ ବିଜେପି ନିଜ ପ୍ରଥମ ତାଲିକାରେ ୯୯ ପ୍ରାର୍ଥୀ ଏବଂ ଦ୍ୱିତୀୟ ତାଲିକାରେ ୨୨ ପ୍ରାର୍ଥୀଙ୍କ ଘୋଷଣା କରିଥିଲା । ଆଜି ତୃତୀୟ ତାଲିକାରେ ୨୫ ନାମର ଘୋଷଣା ପରେ ବିଜେପି ଏବେଯାଏଁ ମୋଟ ୧୪୬ ନାମର ଘୋଷଣା କରିସାରିଛି । ବିଧାନସଭା ନିର୍ବାଚନ ପାଇଁ ଜାରି ବିଜେପିର ତୃତୀୟ ତାଲିକାରେ ଲୋକସଭା ନିର୍ବାଚନରେ ପରାଜିତ ରାମ ସାତପୁତେ ଉପରେ ପାର୍ଟି ବିଶ୍ୱାସ ପ୍ରକଟ କରିଛି ଏବଂ ତାଙ୍କୁ ମାଲଶିରସରୁ ପ୍ରାର୍ଥୀ କରାଯାଇଛି । ସେହିପରି ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀଶଙ୍କ ନିଜ ସହାୟକ ସୁମିତ କିଶୋର ୱାନଖେଡ଼େଙ୍କୁ ମଧ୍ୟ ଟିକେଟ୍ ଦିଆଯାଇଛି ।