ଲାଞ୍ଚ ନେବା ଭିଡିଓ ଭାଇରାଲ, ତଦନ୍ତ ଆରମ୍ଭ 

 ବୁଗୁଡ଼ା : ବୁଗୁଡ଼ା ରେଞ୍ଜର ପ୍ରଦୀପ କୁମାର ମିଶ୍ର ଜଣେ କାଠ ମାଫିଆଙ୍କ ଠାରୁ ୫ ହଜାର ଟଙ୍କା ନେଉଥିବା ଭିଡିଓ ଭାଇରଲକୁ ନେଇ ଚର୍ଚ୍ଚା ଜୋର ଧରିଛି  । ବୁଗୁଡ଼ା ବନବିଭାଗ କାର୍ଯ୍ୟାଳୟରେ ଜଣେ କାଠ ମାଫିଆ ନିଜ ଗାଡି ଛାଡିବା ପାଇଁ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କୁ ପାଞ୍ଚ ହଜାର ଟଙ୍କା ଦେଉଥିବା ଭିଡିଓରେ ଦେଖିବାକୁ ମିଳିଛି  । ତେବେ କାଠ ମାଫିଆ କିଏ, ସେ କେବେ ଟଙ୍କା ଦେଉଥିଲେ ଓ କାହିଁକି ଦେଉଥିଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି  । ତେବେ ଭାଇରଲ ହେଉଥିବା ଭିଡିଓ ସମ୍ପର୍କରେ ରେଞ୍ଜର ପ୍ରଦୀପ କୁମାର ମିଶ୍ରଙ୍କୁ ପଚରା ଯିବାରେ ଏହା ଦେଢ଼, ଦୁଇ ବର୍ଷ ତଳର ଭିଡିଓ ହୋଇଥିବ ବୋଲି କହିବା ସହ କମ୍ପାଉଣ୍ଡ ଫି ନେଇ ଗଣିଲା ବେଳେ କେହି ସେ ସମୟରେ ଭିଡିଓ କରି ଏବେ ତାଙ୍କ ସ୍ୱାର୍ଥରେ ବାଧା ଆସିବାରୁ ଭାଇରଲ କରିଥାଇ ପାରେ ବୋଲି କହିଛନ୍ତି  । ଏ ନେଇ ଦକ୍ଷିଣ ବନଖଣ୍ଡ ଏସିଏଫ ପ୍ରଦୀପ ବେହେରା କହିଛନ୍ତି ଯେ ଭିଡ଼ିଓ ଭାଇଲର ପରେ ତଦନ୍ତ ଆରମ୍ଭ କରାଯାଇଛି ଭିଡିଓଟି ପୁରୁଣା ହୋଇଥିବାରୁ ଏହା ଉପରେ ପୁଙ୍ଖାନୁପୁଙ୍ଖ ତଦନ୍ତ କଲା ପରେ ପ୍ରକୃତ ତଥ୍ୟ ଜଣା ପଡିବ ଏବଂ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି  ।