ବିଡ଼ିଓଙ୍କ ସଚେତନତା ପାଇଁ ଦୁର୍ଘଟଣାରୁ ବର୍ତ୍ତିଲେ ପର୍ଯ୍ୟଟକ
ଗୋପ : କୋଣାର୍କ ଏକ ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଦେଇ ପୁରୀ ଏବଂ କାକଟପୁର ପ୍ରତ୍ୟକ ଦିନ ଅନେକ ପର୍ଯ୍ୟଟକ ଯାନବାହାନ ଯାତାୟାତ କରିଥାଏ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଏହି ରାସ୍ତାରେ ଅନେକ ଗାଡି ଚାଳକ ବେପରୁଆ ଏବଂ ଅମାନିଆଭାବେ ଗାଡି ଚଲାଇବା ଦ୍ୱାରା ଅନେକ ସମୟରେ ଦୁର୍ଘଟଣାର ଶିକାର ଦେବା ସହ ପର୍ଯ୍ୟଟକଙ୍କୁ ମଧ୍ୟ ଅସୁବିଧାରେ ପକାଉଛନ୍ତି । ସୂଚନା ଅନୁସାରେ ଗୋପ କୋଣାର୍କ ରାସ୍ତାରେ ଦ୍ରୁତ ଗତି ଏବଂ ବେପରୁଆ ଭାବେ ଜଣେ ଗାଡି ଚାଳକ ଗାଡି ଚଲାଉଥିବା ଥିବା ବେଳେ କୋଣାର୍କରୁ ଆସୁଥିବା ପର୍ଯ୍ୟଟକଙ୍କ ଗାଡିକୁ ଆଗକୁ ନଛାଡିବା ସହ ନାନା ଅସୁବିଧାରେ ପକାଇବା ସହ ପର୍ଯ୍ୟଟକଙ୍କୁ ଭୟବିତ କରାଉଥିଲାାା ସେହି ସମୟରେ କୋଣାର୍କରୁ ଗୋପ ଅଭିମୁଖେ ଅଫିସ ଗାଡ଼ିରେ ଆସୁଥିବା ଗୋପ ବିଡ଼ିଓ ଛବିରାଣୀ ସାହୁ ଏସବୁ ଦେଖି ପର୍ଯ୍ୟଟକଙ୍କ ଅସୁବିଧାରେ ପକାଉଥିବା ଗାଡିକୁ ଅଟକାଇବା ସହ ପୁଲିସକୁ ଫୋନ କରିଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଚାଳକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ନଥିବା ଜାଣିବାକୁ ପାଇଥିଲେ । ପରେ ପୁଲିସ ଗାଡି ସହିତ ଚାଳକଙ୍କୁ ଅଟକ ରଖିଥିଲା । ଗୋପ ବିଡିଓ ଛବିରାଣୀ ସାହୁଙ୍କ ଏପରି ମହାନତା କାର୍ଯ୍ୟକୁଦେଖି ଅନ୍ୟ ପର୍ଯ୍ୟଟକ ମାନେ ବିଡିଓଙ୍କୁ ପ୍ରଶଂସା କରିଥିଲେ ।