ଭୁବନରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଚଢଉ 

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଖାଦ୍ୟ ସୁରକ୍ଷା ଅଧିକାରୀ ଲୋପାମୁଦ୍ରା ନାୟକ ଚଢ଼ଉ କରି ସ୍ଥାନୀୟ ଅଞ୍ଚଳରେ ବଜାରରେ ମିଳୁଥିବା ଖାଦ୍ୟର ମାନ ଯାଞ୍ଚ କରିଛନ୍ତି । ଭୁବନ ଅଞ୍ଚଳରେ ଡାଇରିଆ ରୋଗ ଦେଖା ଦେଇଥିବାରୁ ଏହାର ନିରାକରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ତତ୍ପର ଥିବା ବେଳେ ଏହାର ପ୍ରତିଷେଧକ ସ୍ୱରୂପ ଖାଦ୍ୟ ଓ ପାଣି ନମୂନା ଯାଞ୍ଚ କରାଯାଉଛି । ଭୁବନ ଅଞ୍ଚଳରେ ଖାଦ୍ୟ ଯାଞ୍ଚ କରାଯାଇ ୪ଟି ଖାଦ୍ୟ ଦୋକାନକୁ ବାସି ଖାଦ୍ୟ ବିକୁଥିବାର ଯାଞ୍ଚରୁ ଜଣାପଡିବାରୁ ସେଗୁଡିକୁ ସିଲ କରିବା ସହ ୧୭୦୦୦ ଟଙ୍କାର ଜରିମାନା ଆଦାୟ କରାଯାଇଛି ।