ସୋଲାର ବିଦୁ୍ୟତ୍ ଆଘାତରେ ଦନ୍ତା ହାତୀ ମୃତ
ଅନୁଗୁଳ : ସୋଲାର ବିଦୁ୍ୟତ୍ ଆଘାତରେ ଦନ୍ତା ହାତୀ ମୃତ । ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ ଅନ୍ତର୍ଗତ ତଳସିରା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ବଗିଚା ମାଲିକ ରଞ୍ଜନ ପ୍ରଧାନଙ୍କୁ ଅଟକ ରଖି ପଚରା ଉଚରା କରୁଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଶୁକ୍ରବାର ମଧ୍ୟ ରାତିରେ ଖାଦ୍ୟ ଅନ୍ୱେଷଣରେ ବନ୍ତଳା ରେଞ୍ଜ ଅନ୍ତର୍ଗତ ତଳସିରା ଗାଁକୁ ଏକ ଦନ୍ତା ହାତୀ ଚାଲି ଆସିଥିଲା । ଗାଁରେ ଥିବା ରଞ୍ଜଣଙ୍କ ବଗିଚାରେ ଫସଲ ସୁରକ୍ଷା ପାଇଁ ଘେରା ହୋଇଥିବା ସୋଲାର ବିଦୁ୍ୟତ୍ ତାରରେ ହାତୀ ଶୁଣ୍ଢ ଲାଗିବାରୁ ତାର ମୃତୁ୍ୟ ହୋଇଥିଲା । ଆଜି ସକାଳୁ ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ବଗିଚା ମାଲିକ ରଞ୍ଜନ ପ୍ରଧାନଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।