ଇସିଏମ୍ ମହାସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର


 କେନ୍ଦ୍ରାପଡା, : କେନ୍ଦ୍ରାପଡ଼ା ଜିଲ୍ଲା ତୁଳସୀକ୍ଷେତ୍ର ଇସିଏମ୍ ମହାସଂଘର ସଦସ୍ୟାମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କର ସମସ୍ୟା ମଧ୍ୟରେ ଜଣେ ଇସି ସଦସ୍ୟା ପ୍ରତି ମାସରେ ନିଜ ଦାୟିତ୍ୱରେ ଥିବା ଗୃପ୍ମାନଙ୍କ ଠାରୁ ୩୦ଟଙ୍କା ଆଦାୟ କରି ମହାସଂଘରେ ପୈଠ କରିଥାଏ । କିନ୍ତୁ ଏମ୍ବିକେ ବର୍ଷବର୍ଷ ଧରି ତାର କୌଣସି ହିସାବ ଦେଉନାହାନ୍ତି । ସରକାରଙ୍କ ତରଫରୁ ମହିଳା ମାନଙ୍କ ପାଇଁ ଆସୁଥିବା ଯୋଜନାଗୁଡିକ ଇସି ସଦସ୍ୟାମାନଙ୍କୁ ନଜଣାଇ କିମ୍ବା କୌଣସି ବୈଠକ ନଡାକି କେବଳ ସାଧା ଖାତାରେ ଏମ୍ବିକେ ଜବରଦସ୍ତ ଦସ୍ତଖତ କରାଇନେଇ ନିଜ ଘରେ ମନଇଚ୍ଛା ରିଜୋଲେସନ ଲେଖୁଛନ୍ତି । ଏହାକୁ ପ୍ରତିରୋଧ କଲେ ସଦସ୍ୟା ପଦରୁ ବାହାର କରିଦେବାକୁ ଧମକ ଦେଉଛନ୍ତି । ବହୁ ପଞ୍ଚାୟତରେ ଏମବିକେ ଓ ସିଆରପିମାନେ ସେମାନଙ୍କ ଦରମା ପାଉଥିବା ବେଳେ ଇସି ସଦସ୍ୟାମନଙ୍କ ଗସ୍ତ ଖର୍ଚ୍ଚ ୧୪ମାସ, ୧୬ ମାସ, ୧୮ ମାସ ପର୍ଯ୍ୟନ୍ତ ପ୍ରଦାନ କରାଯାଉ ନାହିଁ । ଏଭଳି ବିଭିନ୍ନ ସମସ୍ୟା ଗୁଡିକର ସମାଧାନ କରି ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଦସ୍ୟାମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ।