ଗଚ୍ଛିତ ବାଲି ଜବତ କରିବାକୁ ନିଦେ୍ର୍ଦଶ
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ସମେତ ବିଭିନ୍ନ ତହସିଲ ଅଞ୍ଚଳରେ ବେଆଇନ ଭାବେ ଗଚ୍ଛିତ ଥିବା ବାଲି ଗୁଡିକୁ ଜବତ କରିବା ପାଇଁ ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକ ତହସିଲଦାର ଓ ଖଣି ଅଧିକାରୀଙ୍କୁ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି । ନଦୀରେ ବନ୍ୟା ହହେତୁ ବାଲି ଉଠାଇବା ସମ୍ଭବ ନ ହେବାରୁ ବାଲି ଖାଦାନ ନିଲାମରେ ନେଇଥିବା ଠିକାଦାର ମାନେ ଜିଲ୍ଲାର ବିଭିନ୍ନ ଅଂଚଳରେ ଶହ ଶହ ଟ୍ରିପ ବାଲିକୁ ବେଆଇନ ଭାବରେ ଗଚ୍ଛିତ ରଖି ଚଢା ଦରରେ ବିକ୍ରି କରୁଥିବାର ଅଭିଯୋଗ ହେବା ପରେ ବାଲି ଗୁଡିକୁ ଜବତ କରି ସରକାରୀ ରେଟ୍ରେ ନିଲାମ କରିବା ପାଇଁ ଶ୍ରୀ ନାୟକ ନିଦେ୍ର୍ଦଶ ଦେଇଛନ୍ତି । ଗରଦପୁର ତହସିଲ ଅଞ୍ଚଳରେ ଗଚ୍ଛିତ ଥିବା ବାଲିକୁ ଜବତ କରିଥିବା ଜଣାପଡିଛି ।