ନାଗୁଣୀ ସହ ୧୭ ଅଣ୍ଡା ଉଦ୍ଧାର

 ହିଞ୍ଜିଳିକାଟୁ : ଶ୍ୟାମଳାଇ ଗ୍ରାମରୁ  ନାଗୁଣୀ ସହ ୧୭ ଅଣ୍ଡା ଉଦ୍ଧାର କରାଯାଇଛି । ଗ୍ରାମର କାହ୍ନୁଚରଣ ପାତ୍ରଙ୍କ ବାଡିରେ ଥିବା ପିଜୁଳି ଗଛର କୋରଡରେ ଏକ ନାଗସାପ  ପଶିଯିବାର ଦେଖିଲେ । ପିଜୁଳି ଗଛର କୋରଡ ଭିତରେ କିଛି ଅଣ୍ଡା ଦେଖିବାକୁ ପାଇଲେ । ସ୍ନେକ ହେଲ୍ପଲାଇନ୍ ସଦସ୍ୟ ସନ୍ଦିପ ସେଠି ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହ ମିଶି ଏକ ନାଗୁଣୀ ଓ ତା’ର ୧୭ ଅଣ୍ଡାକୁ ଉଦ୍ଧାର କରିବାରେ ଶ୍ରୁତିକ ବେହେରା ସହଯୋଗ କରିଥିଲେ । ସାପଟିକୁ ପ୍ରାକୃତିକ ଆବାସସ୍ଥଳୀରେ ଛାଡ଼ି ଦିଆଯାଇଛି ଏବଂ ଅଣ୍ଡାଗୁଡ଼ିକୁ କୃତ୍ରିମ ଉପାୟରେ ଫୁଟେଇବା ପାଇଁ ସ୍ନେକ ହେଳ୍ପଲାଇନ୍? କାର୍ଯ୍ୟାଳୟକୁ ନିଆଯାଇଛି । ନାଗସାପଙ୍କର ପ୍ରଜନନ ଋତୁ ଆରମ୍ଭ ହୋଇଗଲାଣି । ଏକ ଛୋଟ ଜାଗାରୁ ଏକାଥରେ  ନାଗୁଣୀ ଅଣ୍ଡା ସହ ଉଦ୍ଧାର ହେବା ଘଟଣାକୁ ‘କଲୋନିଆଲ୍ ନେଷ୍ଟିଂ ବା ବ୍ରିଡିଂ’ କୁହାଯାଏ । ଯେଉଁଠି ଅଣ୍ଡା ସହ ସାପଙ୍କୁ ଦେଖିବାକୁ ମିଳେ, ସେଠାରେ ସାପଙ୍କୁ ନ ମାରି ଏବଂ ଅଣ୍ଡାକୁ ନଷ୍ଟ ନ କରି ସ୍ନେକ ହେଲ୍ପଲାଇନ୍ କିମ୍ବା ସ୍ଥାନୀୟ ବନ ବିଭାଗ କର୍ମଚାରୀଙ୍କୁ ଖବର ଦେବାକୁ ସନ୍ଦିପ କହିଛନ୍ତି । ଆସନ୍ତା ୨-୩ ମାସ ପର୍ଯ୍ୟନ୍ତ ନିଜର ଘରବାଡ଼ିକୁ ପ୍ରତି ସପ୍ତାହରେ ଅନୂ୍ୟନ ଥରେ ଭଲ ଭାବେ ସଫା କଲେ ସମ୍ଭାବ୍ୟ ସାପ ଅଣ୍ଡା ଦେଇଥିବା ଜଣାପଡ଼ିଯିବ ବୋଲି ସନ୍ଦିପ ପରାମର୍ଶ ଦେଇଛନ୍ତି ।