ଘରୁ ଡାକି ନେଇ ନାବାଳିକାଙ୍କୁ ଗଣଦୁଷ୍କର୍ମ : ୪ ଗିରଫ

ବ୍ରହ୍ମପୁର : ଜନୈକା ୧୪ବର୍ଷର ନାବାଳିକାଙ୍କ ସହ ବନ୍ଧୁତା କରି ତାଙ୍କୁ ଘରୁ ଡାକି ନେଇ ଏକ ନିର୍ଜନ ସ୍ଥାନରେ ଦୁଷ୍କର୍ମ ପରେ ଅଭିଯୁକ୍ତ ଜଣଙ୍କ ତାଙ୍କର ଅନ୍ୟ ତିନି ସାଙ୍ଗକୁ ଡାକି ଉକ୍ତ ନାବାଳିକାଙ୍କୁ ଜଣଙ୍କ ପରେ ଜଣେ ଗଣଦୁଷ୍କର୍ମ କରିଥିଲେ । ଏପରିକି ଉକ୍ତ ପୀଡ଼ିତା ୧୧ ବର୍ଷର ସାନ ଭଉଣୀଙ୍କୁ ସେଠାକୁ ଡାକି ଗଣଦୁଷ୍କର୍ମ କରିଥିବା ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ । ଏନେଇ ବ୍ରହ୍ମପୁର ପୋଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍ପି ଡା. ସର୍ବଣା ବିବେକ ଏମ୍. ସୂଚନା ଦେଇଛନ୍ତି । ଏଭଳି ଏକ ଲଜ୍ଜାଜନକ ଘଟଣାର ମାଷ୍ଟରମାଇଣ୍ଡ ସମେତ ୪ ଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଗୋଳନ୍ଥରା ଥାନା ଅଞ୍ଚଳର ଗାଁ’ମୁଖିଆଙ୍କ ପୁଅ କେ. ଶିବା(୨୧) ଓ ତାଙ୍କର ତିନି ସାଙ୍ଗ ହେଲେ କେ. ସାଇ(୨୧), ଜି ଗରେୟା(୨୧) ଓ ଏନ. ଶ୍ରୀନୁ(୨୨) । ତେବେ ଘଟଣା ବେଳେ ବ୍ୟବହୃତ ମୋବାଇଲ ଓ ବାଇକ୍ ପୁଲିସ ଜବତ କରିଛି । ଏନେଇ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସେ କହିଛନ୍ତି ।
ରିପୋର୍ଟ- ହେନାମଞ୍ଜରୀ ସ୍ୱାଇଁ