ବୃଦ୍ଧକାଳର ସାହାରା; ଆୟୁଷ୍ମାନ ବୟୋ ବନ୍ଦନା  : ୫.୮୨ ଲକ୍ଷ ବରିଷ୍ଠ ନାଗରିକ ସାମିଲ୍

 ଭୁବନେଶ୍ୱର  : ଆୟୁଷ୍ମାନ ବୟୋ ବନ୍ଦନା ଯୋଜନା ବରିଷ୍ଠ ନାଗରିକମାନଙ୍କ ପାଇଁ ବୃଦ୍ଧ କାଳର ସାହାରା ସାଜିଛି । ବଡ଼ ବଡ଼ ହସ୍ପିଟାଲମାନଙ୍କରେ ଖର୍ଚ୍ଚ ବହୁଳ ଚିକିସôା ସେମାନଙ୍କ ପାଇଁ ଏବେ ଦେୟମୁକ୍ତ ଭାବେ ସହଜଲବ୍ଧ ହୋଇଛି । ସହରରୁ ଗ୍ରାମାଞ୍ଚଳ, ଉପକୂଳରୁ ଉପାନ୍ତ ଅଂଚଳ ପର୍ଯ୍ୟନ୍ତ ସମସ୍ତ ୭୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକମାନଙ୍କ ମନରେ ଏ ଯୋଜନା ନୂଆ ବିଶ୍ୱାସ ଓ ଭରସା ଆଣିଛି । 
ଓଡ଼ିଶାରେ ଚଳିତ ବର୍ଷ ଏପ୍ରିଲ ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଯୋଜନାର ଲୋକପ୍ରିୟତା ଦୃତ ଗତିରେ ବଢ଼ିବାକୁ ଲାଗିଛି । ୫ ମାସରୁ କମ୍ ଅବଧି ମଧ୍ୟରେ ଅଗଷ୍ଟ ୩୧ ତାରିଖ ସୁଦ୍ଧା ରାଜ୍ୟର ସବୁ ଅଂଚଳରୁ ପ୍ରାୟ ୫.୮୨ ଲକ୍ଷ ବରିଷ୍ଠ ନାଗରିକ ଏହି ଯୋଜନାରେ ସାମିଲ ହୋଇଛନ୍ତି ।  ଓଡ଼ିଶା ଓ ବାହାର ରାଜ୍ୟସ୍ଥିତ ତାଲିକାଭୁକ୍ତ ହସ୍ପିଟାଲମାନଙ୍କରେ ଓଡ଼ିଶାର  ୧୦୧୪୬ ଜଣ ବରିଷ୍ଠ ନାଗରିକ ବିଭିନ୍ନ ପ୍ରକାର ଜଟିଳ ରୋଗର ଦେୟମୁକ୍ତ ଚିକିସôା ଲାଭ କରିଛନ୍ତି  । ସେମାନଙ୍କ ଚିକିସôା ବାବଦରେ ୩୯୬୦.୭୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ସରକାର ବୟୋ ବନ୍ଦନା କାର୍ଡ ମାଧ୍ୟମରେ ଯୋଗାଇ ଦେଇଛନ୍ତି । ଏହିପରି ଜଣେ ବରିଷ୍ଠ ନାଗରିକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା କାମଥାନା ଗ୍ରାମ ନିବାସୀ ୭୨ ବର୍ଷୀୟ ମହିଳା ଟି. ଲକ୍ଷ୍ମୀ  । ଜୁଲାଇ ମାସ ୫ ତାରିଖ ଦିନ ନିଜ ଘରେ ଥିବା ବେଳେ ହଠାତ୍ ସେ ଛାତିରେ ଭୀଷଣ ଯନ୍ତ୍ରଣା ଅନୁଭବ କରିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଭବାନୀପାଟଣା ସରକାରୀ ଚିକିସôାଳୟକୁ ନିଆଯାଇଥିଲା  । ପ୍ରାଥମିକ ପରୀକ୍ଷାରୁ ଟି. ଲକ୍ଷ୍ମୀ ଗୁରୁତର ହୃଦ୍ରୋଗରେ ପୀଡିତ ଥିବା ଡାକ୍ତର ଜାଣିପାରିଥିଲେ । ଏଭଳି ଏକ ଘଡ଼ିସନ୍ଧି ମୁହୁର୍ତ୍ତରେ ଆୟୁଷ୍ମାନ୍ ବୟୋବନ୍ଦନା କାର୍ଡ ଟି. ଲକ୍ଷ୍ମୀଙ୍କୁ ଆଶା ଓ ଭରସା ଦେଲା  । ତାଙ୍କର ସ୍ୱାମୀ ତାଙ୍କୁ ଜୁଲାଇ ୬ ତାରିଖ ଦିନ ଭୁବନେଶ୍ୱରସ୍ଥିତ କଳିଙ୍ଗ ହସ୍ପିଟାଲକୁ ଆଣିଥିଲେ । କାର୍ଡ ବଳରେ ତାଙ୍କୁ ହସ୍ପିଟାଲ୍ରେ ଆଡ୍ମିଶନ ମିଳିଲା ଏବଂ ଦେୟମୁକ୍ତ ଚିକିସôା ଆରମ୍ଭ ହେଲା  । ଉପଯୁକ୍ତ ପରୀକ୍ଷା ନିରୀକ୍ଷା ଓ ଆନ୍ଜିଓଗ୍ରାମ୍ରୁ ଛାତିର ୨ ଟି ରକ୍ତନଳୀରେ ପ୍ରତିବନ୍ଧକ ଥିବା ଜଣାପଡ଼ିଲା । ଆବଶ୍ୟକୀୟ ଆନ୍ଜିଓପ୍ଲାଷ୍ଟି ସର୍ଜରୀ କରାଗଲା ଏବଂ ୨ ଟି ଷ୍ଟେଣ୍ଟ ଲଗାଗଲା । ଧିରେ ଧିରେ ଟି . ଲକ୍ଷ୍ମୀ ଆରୋଗ୍ୟ ଲାଭକଲେ ଏବଂ ତାଙ୍କୁ ଜୁଲାଇ ୧୦ ତାରିଖ ଦିନ ହସ୍ପିଟାଲ୍ରୁ ଡିସ୍ଚାର୍ଜ କରାଗଲା । ସମୁଦାୟ ଚିକିସôା ସଂପୂର୍ଣ୍ଣ ଦେୟମୁକ୍ତ ଭାବେ କରାଯାଇଥିଲା  । ଚିକିସôା ବାବଦରେ ପ୍ରାୟ ୧.୭୨ ଲକ୍ଷଟଙ୍କାର ଖର୍ଚ୍ଚ ସରକାର ବୟୋବନ୍ଦନା କାର୍ଡ ମାଧ୍ୟମରେ ଯୋଗାଇ ଦେଇଥିଲେ । 
ବର୍ତ୍ତମାନ ଟି. ଲକ୍ଷ୍ମୀଙ୍କ ଶରୀର ସୁସ୍ଥ ଅଛି ଓ ସେ ନିଜର ସାଧାରଣ ଜୀବନ ଯାପନ କରୁଛନ୍ତି । ତାଙ୍କର ପୁଅ ଟି. ଭାନୁ ପ୍ରସାଦ ରାଓ କହିଛନ୍ତି,  ଆୟୁଷ୍ମାନ ବୟୋବନ୍ଦନା ଯୋଜନା ପାଇଁ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମ ରାଜ୍ୟରେ ଏହାକୁ ପ୍ରଚଳନ କରାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଉଛୁ । ଏହି ଯୋଜନା ଆମ ମା’ଙ୍କ ଜୀବନ ରକ୍ଷାକଲା । କାର୍ଡ ବିନା ଏପରି ଖର୍ଚ୍ଚ ବହୁଳ ଚିକିସôା କରିବାକୁ ଆମେ ସମର୍ଥ ହୋଇ ନଥାନ୍ତୁ ।