ରାଜ୍ୟ ସଂଲଗ୍ନ ପ୍ରଶିକ୍ଷଣ ଅଧିବେଶନ

 ଭୁବନେଶ୍ୱର : ରପ୍ତାନୀ କ୍ଷେତ୍ରରେ ଓଡିଶାରେ ବ୍ୟାପକ ସୁଯୋଗ ରହିଛି  । ବିଭିନ୍ନ ଦେଶରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ରପ୍ତାନୀ ବୃଦ୍ଧି ଦିଗରେ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ । ତେଣୁ ଓଡିଆ ରପ୍ତାନିକାରୀ ବନ୍ଧୁଗଣ ଏହି ସୁଯୋଗର ସଦୁପଯୋଗ କରି ବିକଶିତ ଓଡିଶା ଗଠନ ଦିଗରେ ଆଗେଇ ଆସିବାକୁ ରାଜ୍ୟ ସଂଲଗ୍ନ ପ୍ରଶିକ୍ଷଣ ଅଧିବେଶନରେ ଯୋଗଦେଇ ରାଷ୍ଟ୍ରଦୂତମାନେ ଆହ୍ୱାନ ଦେଇଛନ୍ତି । ରପ୍ତାନୀ ପ୍ରୋସôାହନ ଓ ବିପଣନ ନିଦେ୍ର୍ଦଶାଳୟ ପକ୍ଷରୁ ସ୍ଥାନୀୟ ମେ’ ଫେୟାର୍ ହୋଟେଲଠାରେ ‘ରପ୍ତାନୀ ନୀତି ଓ ବିଶ୍ୱ ବଜାର ସଂଯୋଗୀକରଣ’ ଶୀର୍ଷକ ପ୍ରଶିକ୍ଷଣ ଅଧିବେଶନରେ ଯୋଗ ଦେବା ଅବସରରେ ରାଷ୍ଟ୍ରଦୂତମାନଙ୍କ ପକ୍ଷରୁ ଏହି ମତ ପ୍ରକାଶ ପାଇଛି  । 
ରପ୍ତାନୀ କ୍ଷେତ୍ରକୁ ଅଧିକ ସୁଦୃଢ କରିବା ପାଇଁ ଏହି ଅବସରରେ ଏକ ଆଲୋଚନା ଆୟୋଜିତ ହୋଇଥିଲା  । ବୁକାରେଷ୍ଟରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ  ମନୋଜ କୁମାର ମହାପାତ୍ର, ସ୍ଲୋଭେନିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ  ଅମିତ ନାରଙ୍ଗ, ମାଲଟାରେ ଅବସ୍ଥାପିତ  ଭାରତୀୟ ଉଚ୍ଚÿାୟୁକ୍ତ ଗ୍ଲୋରିଆ ଗାଙ୍ଗତେ ପ୍ରମୁଖ ଅନ୍ତର୍ଜାତୀୟ ସହଯୋଗ ଓ ରପ୍ତାନୀ ବୃଦ୍ଧିର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଉଥିବା ସୁଯୋଗର ଲାଭ ଉଠାଇ ଓଡିଆ ରପ୍ତାନିକାରୀ ବନ୍ଧୁମାନେ ବିଦେଶ ଉପକୂଳରେ ସଫଳତାର ଛାପ ଛାଡ଼ିବେ ବୋଲି ସେମାନେ ଆଶା ବ୍ୟକ୍ତ କରିଥିଲେ  । ଏହି ଆଲୋଚନାକୁ ବିଶ୍ୱ ବାଣିଜ୍ୟ କେନ୍ଦ୍ରର ଆଞ୍ଚଳିକ ନିଦେ୍ର୍ଦଶିକା ନିମେଶିକା ନଟରାଜନ ସଂଚାଳନ କରିଥିଲେ । ରପ୍ତାନୀ ପ୍ରୋସôାହନ ଓ ବିପଣନ ନିଦେ୍ର୍ଦଶାଳୟର ନିଦେ୍ର୍ଦଶକ ସଞ୍ଜୟ କୁମାର ମିଶ୍ର ପ୍ରାରମ୍ଭିକ ଅଭିଭାଷଣ ରଖିବା ସହ ଓଡିଶାରେ ଥିବା ରପ୍ତାନୀ ସମ୍ଭାବନା ଉପରେ ସାରଗର୍ଭକ ତଥ୍ୟ ଉପସ୍ଥାପନ କରିଥିଲେ । କଲିକତାସ୍ଥିତ ଆପେଡା ଆଞ୍ଚଳିକ ମୁଖ୍ୟ ସୀତାକାନ୍ତ ମଣ୍ଡଳ, ଏମପେଡାର ଉପ-ନିଦେ୍ର୍ଦଶକ ଡକ୍ଟର ଅଚିମାନ ଲାହିରି, ଉକôଳ ଚାମ୍ବର ଅଫ୍ କମର୍ସ୍ ଆଣ୍ଡ ଇଣ୍ଡଷ୍ଟ୍ରି ପକ୍ଷରୁ ଜ୍ଞାନ ମହାନ୍ତି, ଫିକି ପକ୍ଷରୁ ରାଜେନ ପାଢୀ, ଏଫଆଇଇଓ ଓଡିଶା ମୁଖ୍ୟ କମଳକାନ୍ତ ସାହୁ ପ୍ରମୁଖ ରପ୍ତାନୀ କ୍ଷେତ୍ରକୁ ବିସ୍ତାର କରିବା ପାଇଁ ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସହକାରୀ ନିଦେ୍ର୍ଦଶକ ଶିଶିର ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।