ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ବାର୍ଷିକୋତ୍ସବ
ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ଦଶମ ବାର୍ଷିକ ଉତ୍ସବ ନୂଆଗାଁ ସ୍ଥିତ ସିଦ୍ଧି ମଣ୍ଡପ ନିକଟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ୱତନ୍ତ୍ର ଅତିଥି ଭାବେ ରାମକୃଷ୍ଣ ମିଶନର ସେକ୍ରେଟାରୀ ସ୍ୱାମୀ ମହେଶ୍ୱତାନନ୍ଦ ଜୀ ଯୋଗ ଦେଇଥିଲେ । ସେ ସ୍ୱାମୀଜୀଙ୍କ ଦେଶ ଜାତି ପ୍ରତି ଛାତ୍ରଛାତ୍ରୀମାନଙ୍କ ଦାୟିତ୍ୱ ବୋଧ ଉପରେ ଅବଗତ କରିଥିଲେ । ମୁଖ୍ୟଅତିଥି ଭାବେ ଏକାମ୍ର ବିଧାୟକ ବାବୁ ସିଂ ଯୋଗ ଦେଇ ଅଭିଭାବକଙ୍କ ଦାୟିତ୍ୱବୋଧ ଉପରେ ଛାତ୍ରଛାତ୍ରୀଙ୍କ ଲକ୍ଷ୍ୟ ଓ ଉଦେ୍ଦଶ୍ୟ ସମ୍ପର୍କରେ ମତପ୍ରକାଶ କରିଥିଲେ । ସେହିପରି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଡକ୍ଟର ରଜନୀ ରଞ୍ଜନ ଦାସ, ଶିକ୍ଷାବିତ୍ ରଂଜିତ ସ୍ୱାଇଁ, ମଙ୍ଗୁଳି ଚରଣ ମହାନ୍ତି, ଭୁବନେଶ୍ୱର ବ୍ଲକ ଅଧ୍ୟକ୍ଷା ନିରୁପମା ସାହୁ, ବିଦ୍ୟାଳୟର ଉପଦେଷ୍ଟା ଆର୍ତ୍ତତ୍ରାଣ ଜେନା, ବିଦ୍ୟାଳୟର ସଭାପତି ଚିତ୍ତରଞ୍ଜନ ଜେନା ଓ ବିଦ୍ୟାଳୟର ସମ୍ପାଦକ ସୁଧାଂଶୁ ଶେଖର ସାମନ୍ତସିଂହାର ଯୋଗ ଦେଇଥିବାବେଳେ ସମାଜସେବୀ ସୁଶୀଳା ମହାରଣା, ଅର୍ଜୁନ ବରାଳ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ଶିକ୍ଷାବିତ୍ କେଳୁଚରଣ ପାଣି ଓ ସୁଶାନ୍ତ ସାମଲଙ୍କୁ ଗୁରୁଶ୍ରୀ ପ୍ରଫୁଲ୍ଲ ଗୌରବ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଥିସହିତ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପରସ୍କୃତ କରାଯାଇଥିଲା । ସଭା କାର୍ଯ୍ୟ ଶେଷରେ ନୃତ୍ୟଗୁରୁ ଗୌତମ ସାର ନୃତ୍ୟ ଝଙ୍କାରର ପରିବେଷଣ କରିବା ସହିତ କୁନିକୁନି ଛାତ୍ରଛାତ୍ରୀମାନେ ନିଜର କଳା ପରିବେଷଣ କରିଥିଲେ । ଯାହା ଦର୍ଶକଙ୍କୁ ମନମୁଗ୍ଧ କରିଥିଲା । ଶେଷରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ସୁନ୍ଦର ନାଟକ ‘ଆଖି ଅବୁଝା କୁ ଲୁହ ଅବୁଝା’ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ତୃପ୍ତି ମିସ, ବର୍ଷା ମିସ୍, ତନୁସ୍ମିତା ମିସ, ନିବେଦିତା ମିସ, ସରିତା ମିସ, ପ୍ରମୋଦ ସାରଙ୍କ ସମେତ ସ୍କାଉଟ ଓ ଗାଇଡ୍ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ପରିଚାଳନାରେ ସହଯୋଗ କରିଥିଲେ ।