ଗାରୁ ଚାଲାଣ ର୍ୟାକେଟ୍ ସକ୍ରିୟ
ନିଆଳି: ନିଆଳି ଥାନା ଅଧିନସ୍ଥ ନିଆଳି ବଜାର ସମେତ ଅନେକ ଜାଗାରୁ ଷଣ୍ଢ ଓ ଅଣ୍ଡିରା ବାଛୁରୀ ଚାଲାଣ କରାଯାଉଛି । ଏହା ପଛରେ ଏକ ର୍ୟାକେଟ୍ କାମ କରୁଥିବାବେଳେ ପୁଲିସ ଆଖିରେ ଧୂଳି ଦେଇ ଗୋରୁ ଗୁଡିକୁ ଗାଡିରେ ନେଇ ଚାଲାଣ କରାଯାଉଛି । ଅନେକ ସମୟରେ ପୁଲିସ ଆଖିରେ ଧୂଳି ଦେଇ ଗୋ ଚାଲାଣ କରୁଥିବା କଂସେଇମାନେ ଖସି ଯିବା ପାଇଁ ସକ୍ଷମ ହେଉଛନ୍ତି । ଯାହା ଫଳରେ ଷଣ୍ଢଓ ଅଣ୍ଡିରା ବାଛୁରୀଙ୍କ ସଂଖ୍ୟା ଦିନକୁ ଦିନ କମି ଯାଉଛି । ପୁଲିସ ଏହାର ଟେର୍ ପାଉନାହିଁ । କେତେକ ଯୁବକ ଓ ବିଭିନ୍ନ ଦଳ ଗୋରୁ ଗାଡି ଗୁଡିକ ଅଟକାଇବାକୁ ଚେଷ୍ଟା କଲେ ମଧ୍ୟ ଗୋଚାଲାଣ କରୁଥିବା ମାଫିଆମାନେ ବନ୍ଧୁକ ଓ ବମ୍ ଦେଖାଇ ଭୟଭୀତ କରାଉଛନ୍ତି । ଗୋଚାଲାଣ ଉପରେ ସ୍ଥାନୀୟ ପୁଲିସ ଓ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।