ବିଜ୍ଞାନରେ ଦିପକ, କଳାରେ କାମାକ୍ଷା ଟପ୍ପର
ବୁଗୁଡ଼ା : +୨ ବିଜ୍ଞାନ ପରୀକ୍ଷା ଫଳପ୍ରକାଶ ପାଇବା ପରେ ମାଣିତରା ବିଜ୍ଞାନ ଉଚ୍ଚÿ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଦୀପକ ସାହୁ ସର୍ବାଧିକ ୫୦୯ (୮୪.୮୩%) ନମ୍ବର ରଖି ବୁଗୁଡ଼ା ବ୍ଲକ ଟପ୍ପର ରୂପେ ବିବେଚିତ ହୋଇଥିବା ଜଣାଯାଇଛି । ବୁଗୁଡା ବ୍ଳକ ଅନ୍ତର୍ଗତ ୩ଟି ଉଚ୍ଚÿ ମାଧ୍ୟମିକ ବିଦ୍ୟାଳୟର ମୋଟ ୩୧୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୬୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ଚଳିତ ବର୍ଷର +୨ କଳାରେ ଏଥିରେ ପିପୁଲ୍ସ ଉଚ୍ଚÿ ମାଧ୍ୟମିକ ବିଦ୍ୟାଳୟର ଛାତ୍ର କାମାକ୍ଷା ପ୍ରସାଦ ବିଶ୍ୱାଳ ସର୍ବାଧିକ ୫୦୮ (୮୪.୬୬%) ନମ୍ବର ରଖୁ ବୁଗୁଡ଼ା ବ୍ଲକ ଟପ୍ପର ରୂପେ ବିବେଚିତ ହୋଇଛନ୍ତି । ଚଳିତ ବର୍ଷ ବୁଗୁଡ଼ା ଅଞ୍ଚଳରେ ଅବସ୍ଥିତ ୭ଟି ଉଚ୍ଚÿ ମାଧ୍ୟମିକ ବିଦ୍ୟାଳୟର +୨ କଳାରେ ପରୀକ୍ଷା ଦେଇଥିବା ମୋଟ ୧୦୭୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୧୬ ଜଣ ପାସ୍ ଏବଂ ୧୬୧ ଜଣ ଫେଲ୍ କରିଥିବା ବେଳେ ପ୍ରଥମ ଶ୍ରେଣୀରେ ୧୮୪ ଜଣ , ଦ୍ୱିତୀୟ ଶ୍ରେଣୀରେ ୨୧୧ ଜଣ ଓ ତୃତୀୟ ଶ୍ରେଣୀରେ ୫୨୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।