ବେଙ୍ଗାଲୁରୁ ସ୍କୁଲ୍ ଚେସ୍ ପ୍ରତିଯୋଗିତା ଉଦ୍ୟାପିତ
ଭୁବନେଶ୍ୱର/କର୍ଣ୍ଣାଟକ : କର୍ଣ୍ଣାଟକ ବେଙ୍ଗାଲୁରୁର ମାରାଥାଲିରେ ସ୍କୁଲ୍ ଚେସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ କୃତିତ୍ୱ ଅର୍ଜନ କରିଥିବା ଖେଳାଳିମାନଙ୍କୁ ରୁକ୍ମେଟର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଟ୍ଟନାୟକ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଭିବ୍ଗିୟର ଗ୍ରୁପ୍ ଅଫ୍ ସ୍କୁଲର ସ୍ୱୟଂ ପ୍ରକାଶ ମିଶ୍ର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଶ୍ରୀୟାନ ଦ୍ୱିତୀୟ ସ୍ଥାନ, ଶ୍ରେୟାନ୍ସ ତୃତୀୟ, ଆଡ଼ଭିକ୍ ଚତୁର୍ଥ ଓ ମୁକ୍ତା ପଞ୍ଚମ ସ୍ଥାନ ଅଧିକାର କରିଥିଲେ । ଦ୍ୱିତୀୟ ପ୍ରତିଯୋଗିତାରେ କାରମେଲ ଟେରେସା ସ୍କୁଲ୍ର ଆକାଶ ନାୟକ ପ୍ରଥମ, ପାର୍ଥ ବୈଭବ ଦ୍ୱିତୀୟ, ପ୍ରଜ୍ୱଲ ତୃତୀୟ, ଜୋସିଠ ଚତୁର୍ଥ ଓ ଇଜ୍ହାନ୍ ପଞ୍ଚମ ସ୍ଥାନ ଅଧିକାର କରିଥିଲେ ।
ସମସ୍ତ ଖେଳାଳିମାନଙ୍କୁ ଆକର୍ଷଣୀୟ ଟ୍ରଫି ଓ ମାନପତ୍ର ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏଥିସହିତ ଅନ୍ୟାନ୍ୟ ୫୦ ଜଣ କ୍ରୀଡ଼ା ବ୍ୟକ୍ତିବିଶେଷମାନଙ୍କୁ ବିଶେଷ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶାର ଏସ୍ଆର ଚେସ୍ ସେଣ୍ଟର ଉଦ୍ୟୋକ୍ତା ତଥା ବିଜୁପଟ୍ଟନାୟକ ଶ୍ରେଷ୍ଠ କ୍ରୀଡ଼ା ପ୍ରଶିକ୍ଷକ ପୁରସ୍କାର ବିଜେତା ଆନ୍ତର୍ଜାତିକ ଚେସ୍ ପ୍ରଶିକ୍ଷକ ସତ୍ୟରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ସହିତ ଟ୍ରିପଲ "ସି' ଚେସ୍ କ୍ଲବ୍ର ବିଶ୍ୱଜିତ ରାୟ, ମନୋଜ କୁମାର ରାୟ, ମାନସ ରଞ୍ଜନ ପଟ୍ଟନାୟକ, ପ୍ରଦୀପ୍ତ ରଞ୍ଜନ ପଟ୍ଟନାୟକ, ଅଭିଶିକ୍ତା ପଟ୍ଟନାୟକ, ଆୟୁଷ ପଟ୍ଟନାୟକ, ପି ସାଇରୁପା, ସମିର ପଟ୍ଟନାୟକ, ସ୍ୱେତଲିନା ପଟ୍ଟନାୟକ, ବ୍ରଜକିଶୋର ପରିଡ଼ା, ପଦ୍ମନାଭ ସାମଲ, ପ୍ରଭାତ ରଞ୍ଜନ, ସିକୁନ କୁମାର ପ୍ରଧାନ, ସୁବିନୟ ସରକାର, ସୁଦିପ୍ତ ରଞ୍ଜନ ନାୟକ, ତପନ ସେଠୀ, ଓ ଅନିମେଶ ରାୟଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯାଇଥିଲା ।