ବେଧଡ଼କ ଭାବେ ଚାଲିଛି ବେଆଇନ ବାଲିଚାଲାଣ
ଭୁବନେଶ୍ୱର: ଶେରଗଡ ବ୍ଲକର ତହଁର ପଞ୍ଚାୟତ ନିକଟସ୍ଥ ଋଷିକୂଲ୍ୟା ନଦୀରୁ ବେଧଡକ ଭାବେ ବାଲିଚାଲାଣ ଚାଲିଛି । ପ୍ରତିଦିନ ଏଠାରୁ ଶହଶହ ଟ୍ରକ ଓ ଟ୍ରାକ୍ଟରରେ ବ୍ରହ୍ମପୁରକୁ ବାଲିଚାଲାଣ ହେଉଛି । ଟ୍ରକ, ଟ୍ରାକ୍ଟର ଓ ହାଇୱା ଗାଡିର କର୍କଶ ସ୍ୱରରେ ତହଁର, ପିତଳ, ଚଷାପିତଳ, ପିତଳ ଛକ ଓ ରାମଚନ୍ଦ୍ରପୁର ଗ୍ରାମବାସୀ ନିଦରେ ଶୋଇ ପାରୁନାହାନ୍ତି । ଏଣେ ବାଲି ଗାଡି ଗୁଡିକର ଦୃତ ଚାଳନା ଯୋଗୁଁ ଲୋକେ ରାତିରେ ଓ ଭୋରରୁ ବାହାରକୁ ବାହାରି ସ୍ନାନ ଶୌଚ କରିଯିବାକୁ ଭୟ କରୁଛନ୍ତି । ଅତୀତରେ ବାଲିଗାଡି ଚଳାଚଳ ପାଇଁ ଦୁର୍ଘଟଣା ଘଟିଥିବାର ମଧ୍ୟ ନଜିର ରହିଛି । ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ପିତଳ ବଜାର ଦେଇ ବାଲିଗାଡି ଚଳାଚଳ ବନ୍ଦ କରିବାକୁ ଦାବି ହେଉଛି । ନଚେତ ଜନ ଆନେ୍ଦାଳନ ତେଜିବାର ସମ୍ଭାବନା ରହିଛି ।