ବେସରକାରୀ ଅଧ୍ୟାପକ ଓ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନେ୍ଦାଳନ
ରାଜନଗର : ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘର ଆହ୍ୱାନ କ୍ରମେ ମହାବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ୨୦୦୮ ମସିହାରୁ ୨୦୧୮ ମସିହା ପର୍ଯ୍ୟନ୍ତ ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ସରକାରୀ ଅନୁଦାନ ପ୍ରଦାନ ନିମନ୍ତେ ସଂଘ ସଭାପତି ବିଶ୍ୱ ରଞ୍ଜନ ଦାସଙ୍କ ନିଦେ୍ର୍ଦଶକ୍ରମେ ସମଗ୍ର ରାଜ୍ୟରେ କାର୍ଯ୍ୟବନ୍ଦ ଆନେ୍ଦାଳନ ଚାଲୁ ରହିଛି । ଏହି ପରିପ୍ରେକ୍ଷୀରେ ରାଜନଗରର ଶ୍ରୀ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମାନେ ଆନେ୍ଦାଳନରେ ସାମିଲ୍ ହେବା ସହ କାର୍ଯ୍ୟ ବନ୍ଦ କରି ମହାବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ବସି ରହିଛନ୍ତି । ବିଶେଷକରି "ଅନୁଦାନ ଆମ ଅଧିକାର’ ଆମର ନାର୍ଯ୍ୟ ଦାବି ସରକାର ତୁମେ ମାନି ନିଅ ପରି ବିଭିନ୍ନ ନାରାବାଜି କରିଛନ୍ତି । ଆନେ୍ଦାଳନରେ ଖଣ୍ଡ ସଂଯୋଜକ ଅଧ୍ୟାପକ ବଳରାମ ଦାସ, ସରୋଜ କୁମାର ବେହେରା, ଅବିନାଶ ରାଉତ, ଅଭିଜିତ୍ ଖୁଣ୍ଟିଆ, ରାଧାକାନ୍ତ ରାଉତରାୟ, ବିନୋଦ କୁମାର ସେଠୀ, ସୂର୍ଯ୍ୟକାନ୍ତ ସ୍ୱାଇଁ, ବିବେକ ପାତ୍ର, ଦିଲ୍ଲୀପ ମହାରଥା, ଅଧ୍ୟାପିକା ସାଗରିକା କର, ଶୁଭଦର୍ଶନୀ ପ୍ରଧାନ, ସୁଜାତା ସାହୁ, ନିହାରିକ ମିଶ୍ର,କବିତା ସାମନ୍ତରାୟ, ମାମିନାରାଣୀ ନାୟକ ଓ ଅଣଶିକ୍ଷକ କିରଣ ସେଠୀ, ନିରଞ୍ଜନ ମଳିକ, ପ୍ରମୁଖ ଆନେ୍ଦାଳନ ରେ ସାମିଲ୍ ହୋଇ କାର୍ଯ୍ୟ ବନ୍ଦ କରିବା ସହ ଧାରଣାରେ ବସିଥିଲେ ।