୨ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଠକେଇ, ଥାନା ଘେରିଲେ ଶତାଧିକ ମହିଳା
ାା ପ୍ରଭାନୁ୍ୟଜ ।ା ତିହିଡି: ଦୁଇ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଠକେଇ, ସ୍ୱାମୀସ୍ତ୍ରୀଙ୍କ ବିରୋଧରେ ଥାନା ଘେରିଲେ ଶତାଧିକ ମହିଳା । ଏଭଳି ସଙ୍ଗିନ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନାଧିନ ଅର୍ଜୁନବିନ୍ଧା ଗାଁରୁ । ଏହି ଗାଁର ସ୍ୱାମୀସ୍ତ୍ରୀ ଦୁଇଜଣ ଶତାଧିକ ମହିଳାମାନଙ୍କୁ ଫୁସୁଲେଇ ଘରୋଇ କମ୍ପାନୀରୁ ଋଣ କରାଇଥିବା ଏବଂ ବ୍ୟକ୍ତିଗତ ଆବଶ୍ୟକ ଅଛି ଖୁବ୍ ଏବଂ ଶୀଘ୍ର ଫେରସ୍ଥ କରେଇ ଦେବା କହି ୨ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି । ଋଣ ଉଠାଣ ପରେ ଏହି ମହିଳାମାନେ ସେମାନଙ୍କୁ ଟଙ୍କା ଦେଇଥିଲେ ମାତ୍ର ପରିଶୋଧ ବେଳକୁ କିଛିମାସ ଦେବା ପରେ ଉଭୟ ସ୍ୱାମୀ ସ୍ତ୍ରୀ ଗାଁ ଛାଡି ଦେଇଥିଲେ ।
ସେପଟେ ଋଣ ପ୍ରଦାନକାରୀ ସଂସ୍ଥା ଘରେ ପହଁଞ୍ଚô କିସ୍ତି ଦାଗିଦ୍ କରୁଛି । ଜଣେ ଜଣେ ମହିଳାଙ୍କ ଠାରୁ ଲକ୍ଷେରୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନେଇ ଯାଇଛନ୍ତି ସଂପୃକ୍ତ ସ୍ୱାମୀ ସ୍ତ୍ରୀ । ଘଟଣାକୁ ନେଇ ଗତ ମାର୍ଚ୍ଚ ମାସରେ ମହିଳାମାନେ ଥାନାର ଦ୍ୱାରସ୍ଥ ହୋଇଥିଲା । ପୀରହାଟ ପୁଲିସ କୌଣସି ପଦକ୍ଷେପ ଗ୍ରହଣ କରିନଥିବାରୁ ସେମାନେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ଗତକାଲି ରାତିରେ ପୀରହାଟ ପୁଲିସ ଅନ୍ୟ ଏକ ମାମଲାରେ ସଂପୃକ୍ତ ମହିଳାଙ୍କ ସ୍ୱାମୀଙ୍କୁ ଭୁବନେଶ୍ୱରରୁ ଧରି ଥାନାକୁ ଆଣିଥିବା ଖବର ପାଇବା ପରେ ସୋମବାର ମଧ୍ୟାହ୍ନରେ ଠକେଇର ଶିକାର ହୋଇଥିବା ଶତାଧିକ ମହିଳା ଥାନାରେ ପହଁଞ୍ଚôଥିଲେ । “ଯିଏ ଆମକୁ ଠକିଛି ତାକୁ ନଧରି ତାଙ୍କ ସ୍ୱାମୀକୁ ଯଦି ଧରିଲ ଭଲ କଲ ହେଲେ ସଂପୃକ୍ତା ମହିଳାଙ୍କ ଧର” ବୋଲି ତାଗିଦ୍ କରିଥିଲେ । ତେବେ ପୁଲିସ ସେମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ମହିଳାମାନେ ନଚ୍ଛୋଡବନ୍ଧା ଥିଲେ । “ମହିଳାଙ୍କୁ ଥାନାକୁ ଆଣ, ଭଦ୍ରଲୋକଙ୍କ ଉପସ୍ଥିତିରେ ଟଙ୍କା ଫେରାଉ” ବୋଲି ମହିଳାମାନେ ଦାବି କରିଥିଲେ । ସଂଧ୍ୟା ପର୍ଯ୍ୟନ୍ତ ଘଟଣାର କୌଣସି ନିଷ୍କର୍ସ ବାହାରିଥିବା ବେଳେ ମହିଳାମାନେ ଥାନା ପରିସରରେ ହୋହାଲ୍ଲା କରୁଥିବା ପରିଲକ୍ଷିତ ହୋଇଛି । ଅନ୍ୟପଟେ ମହିଳାମାନେ ମାମଲା ରୁଜୁ କରିବାକୁ ·ହୁଁ ନାହାଁନ୍ତି ବୋଲି କହିଛନ୍ତି ଆଇଆଇସି ଅଜୟ ମୁର୍ମୁ । ମାମଲା ରୁଜୁ ନହେବା ପର୍ଯ୍ୟନ୍ତ ଠକିଥିବା ସଂପୃକ୍ତା ମହିଳାଙ୍କ ବିରୋଧରେ ଆଇନ୍ଗତ ପଦକ୍ଷେପ କିପରି ନିଆଯିବ ବୋଲି ସେ ମହିଳାମାନଙ୍କୁ ପ୍ରଶ୍ନ କରିଛନ୍ତି । ଯାହାକୁ ନେଇ ଆଲୋଚନା ଜାରି ରହିଥିବା ଜଣାଯାଇଛି ।