ଏସ୍ପିଙ୍କୁ ଭେଟିଲେ ନ୍ୟାୟ ପାଇବାରୁ ବଞ୍ଚିତ ପରିବାର
ପାଣିକୋଇଲି: ପଡ଼ୋଶୀଙ୍କ ବାରମ୍ବାର ଆକ୍ରମଣରେ କଳିଙ୍ଗନଗର ଥାନାରୁ ନ୍ୟାୟ ନପାଇ ପୀଡ଼ିତ ପରିବାର ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ନ୍ୟାୟ ନପାଇଲେ ଘରଛାଡି ଯିବେ ନଚେତ ସପରିବାର ଆତ୍ମହତ୍ୟା କରିବେ ବୋଲି କହିଛନ୍ତି । କଳିଙ୍ଗନଗର ଥାନା ଗୋଲାଗାଁର ସୁଦାମ ଚରଣ ନାୟକଙ୍କ ସ୍ତ୍ରୀ ଚିନ୍ମୟୀଙ୍କ ଅଭିଯୋଗ ମୁତାବକ ତାଙ୍କ ଗ୍ରାମର ଜିତେନ୍ଦ୍ର ବେହେରାଙ୍କ ସହ ଜମିବାଡିକୁ କେନ୍ଦ୍ର କରି ବିବାଦ ଲାଗିଥିଲା । ୨୦୨୨ ମସିହାରେ ଜମିବାଡିକୁ କେନ୍ଦ୍ର କରି ଆକ୍ରମଣ ହେବା ପରେ ଥାନାରେ ଅଭିଯୋଗ ହୋଇଥିଲା । କିନ୍ତୁ ଏହାର ସମାଧାନ କରାଯାଇଥିଲା । ମାତ୍ର ଜମିବାଡି ବିବାଦ ତୁଟିବା ପରିବର୍ତ୍ତେ ଉଗ୍ରରୂପ ନେଉଛି । ବାରମ୍ବାର ଗାଳିଗୁଲଜ, ଆକ୍ରମଣର ଧମକ, ଜୀବନରୁ ମାରି ଦେବାକୁ ଚକ୍ରାନ୍ତ, ଗାଡି ସାଇଡ ମାରିବା, ଛୋଟ ପିଲାମାନଙ୍କୁ ବିଦ୍ୟାଳୟ ଓ ଟିୟୁସନ ଗଲାବେଳେ ଧମକ ଆଦି ଚାଲୁ ରହିଛି । ଫଳରେ ଦୁଇଟି ପରିବାର ସ୍ୱଳ୍ପ ରୋଜଗାର କରି ଜୀବିକା ନିର୍ବାହ କରାଉଥିବା ସୁଦାମଙ୍କ ଜୀବନ ପ୍ରତି ବିପଦ ରହିଛି । ଏପରିସ୍ଥଳେ କଳିଙ୍ଗନଗର ଥାନାରେ ଗତ ମାସରେ ଦୁଇଟି ମାମଲା ହୋଇଛି । କିନ୍ତୁ ପ୍ରତିପକ୍ଷ ପ୍ରଭାବଶାଳୀ ହୋଇଥିବାରୁ ପୁଲିସ କେବଳ ମାମଲା ରୁଜ୍ଜୁ କରି କାର୍ଯ୍ୟାନୁଷ୍ଠାନ ନେବାର ଅବହେଲା କରୁଛି । ଫଳରେ ପରିବାର ଓ ତାଙ୍କ ସ୍ୱାମୀଙ୍କ ଜୀବନ ପ୍ରତି ବିପଦ ଥିବାରୁ ସୁରକ୍ଷା ପାଇଁ ଏସପିଙ୍କୁ ଗୁହାରି କରିଛନ୍ତି ।