ବୈଶିଙ୍ଗା ବିଦ୍ୟାଳୟର ବାର୍ଷିକୋତ୍ସବ

 ବୈଶିଙ୍ଗା:  ଅବିଭକ୍ତ ବୈଶିଙ୍ଗା ଗ୍ରାମ ପଞ୍ଚାୟତ ପରବର୍ତ୍ତୀ ସମୟରେ କେନ୍ଦୁଆ ପଞ୍ଚାୟତ ଠାରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ମଞ୍ଜରୀ ପ୍ରଧାନ ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ବେତନଟୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିପ୍ଳବ କୁମାର କର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବାଲେଶ୍ୱର ମହିଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଏହି ବିଦ୍ୟାଳୟରେ ପୂର୍ବତନ ଛାତ୍ର ଅନ୍ତର୍ଯ୍ୟାମୀ ପଣ୍ଡା, ସମ୍ମାନିତ ଅତିଥି ଭାବେ ପୂର୍ବତନ ଛାତ୍ର ତଥା ବରିଷ୍ଠ ଆଇନଜୀବୀ କ୍ଷେତ୍ରମୋହନ ପଣ୍ଡା , ଶିକ୍ଷା ବିଭାଗର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୀନକେତନ ସ୍ୱାଇଁ, ପରିଚାଳନା କମିଟିର ସଭାପତି ରଘୁନାଥ ସିଂ ଯୋଗ ଦେଇଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ବିତରଣ କରିଥିଲେ । ଏଥିସହିତ ଛାତ୍ରଛାତ୍ରୀମାନଙ୍କର ବୌଦ୍ଧିକ ବିକାଶ ସାଙ୍ଗକୁ ଶାରୀରିକ ବିକାଶ ପାଇଁ କ୍ରୀଡାର ଆବଶ୍ୟକତାକୁ ଗୁରୁତ୍ୱାରୋପ ଦେଇଥିଲେ । ଶେଷରେ ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅନ୍ୟ ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।