ଗଛରୁ ପଡି ଜଣେ ମୃତ

 ମାଲକାନଗିରି : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ପୁରୁଣା ଚିÿମଟାପାଲ୍ଲୀ ପଞ୍ଚାୟତ ଅଧିନସ୍ତ ଚିÿମଟାପାଲୀ ଗ୍ରାମରେ ରହୁଥିବା ସ୍ୱର୍ଗତ ଲାକା ମାଡକାମୀଙ୍କ ପୁଅ ପଦିଆ ମାଡ଼କାମୀ(୪୯) ଗତ ୧୧ ତରିଖ ବୁଧବାର ଦିନ ପଦିଆ ନିଜ ବାରିରେ ଥିବା ଏକ ଆମ୍ବ ଗଛରେ ଚଢି ଆମ୍ବ ତୋଳୁଥିବା ବେଳେ ଭାରସାମ୍ୟ ହରାଇ ଗଛ ଉପରୁ ତଳକୁ ଖସି ପଡ଼ିଥିଲେ । ସଙ୍ଗେ ସଙ୍ଗେ ତାଙ୍କ ପରିବାର ଲୋକେ ଏବଂ ଗ୍ରାମବାସୀଙ୍କ ସହାୟତାରେ ତାଙ୍କୁ ଚିକିସôା ନିମନ୍ତେ ପ୍ରଥମେ ବାଲିମେଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତାଙ୍କର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାଙ୍କୁ ଉଚ୍ଚ ଚିକିସôା ନିମନ୍ତେ ମାଲକାନଗିରି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରିଥିଲେ । ଜିଲ୍ଲା ଚିକସôାଲୟରେ ସେ ଭର୍ତ୍ତି ହୋଇ ଚିକିସôିତ ହେଉଥିବା ସମୟରେ ଗତକାଲି ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ତାଙ୍କର ମୃତୁ୍ୟ ହୋଇଥିବା ନେଇ ଡାକ୍ତର ଘୋଷଣା କରିଥିଲେ । ଏନେଇ ଥାନାରେ ଅଭିଯୋଗ ପରେ କେସ ନମ୍ବର ୧୫/୨୦୨୫ ରେ ଏକ ଅପମୃତ୍ୟ ମାମଲା ରୁଜୁ କରାଯାଇଛି ।