ସ୍ତ୍ରୀକୁ ମାରି ସ୍ୱାମୀର ଆତ୍ମହତ୍ୟା

 ବରଗଡ଼ : ପାରିବାରିକ କଳହର କୁପରିଣାମ ସ୍ୱରୁପ ବରଗଡ ଜିଲ୍ଲା ପଦ୍ମପୁର ଥାନା ଭେଉଁରିଆ ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି  । ଭେଉଁରିଆ ଗାଁରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଉପୁଜିଥିବା ପାରିବାରିକ କଳହ  ନେଇଛି ଜୀବନ  । ଏହି ଗାଁର ଶ୍ୟାମ ଭୋଇ (୫୨) ନିଶାସକ୍ତ ଅବସ୍ଥାରେ ନିଜ ସ୍ତ୍ରୀ ରନôି ଭୋଇ (୪୭)ଙ୍କୁ  ଟାଙ୍ଗୀଆରେ  ଆକ୍ରମଣ କରିଥିଲେ ଏବଂ ନିଜେ ବେକରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି  ।  ଅପରପକ୍ଷରେ ତାଙ୍କ ସ୍ତ୍ରୀ ରନôୀ ବୁର୍ଲା ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଚିକିସôାଧିନ ରହିଛନ୍ତି  । ନିଜ ସ୍ତ୍ରୀଙ୍କୁ ଆକ୍ରମଣ ପରେ ସ୍ୱାମୀଙ୍କ  ଆତ୍ମହତ୍ୟା ଘଟଣାକୁ ନେଇ ପୁଲିସର ତଦନ୍ତ ଜାରି ରହିଛି ।