ମହୁମାଛି ଆକ୍ରମଣରେ ବୃଦ୍ଧ ଗୁରୁତର
ବ୍ରହ୍ମବରଦା: ମଙ୍ଗଳବାର ସକାଳେ ଜଣେ ବୃଦ୍ଧ ବ୍ୟକ୍ତି ମହୁମାଛି ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି । ଆହତ ବୃଦ୍ଧ ଯାଜପୁର ବ୍ଲକ ସାନବାଗସାହି ଗ୍ରାମର ଚାଷୀ ପରମାନନ୍ଦ କବି (୬୧) ହୋଇଥିବା ବେଳେ ସ୍ତାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଯାଜପୁର ମେଡିକାଲରେ ଭର୍ତି କରିଛନ୍ତି । ଖବର ମତେ ପରମାନନ୍ଦ କବି ଆଜି ସକାଳେ ନିଜ ଚିନାବାଦାମ କ୍ଷେତକୁ ଫସଲ ଦେଖିବାକୁ ଯାଇଥିବା ସମୟରେ ହଠାତ ନିକଟରେ ଥିବା ଏକ ଗଛରୁ ଶହଶହ ମହୁମାଛି ଉଡିଆସି ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଚାଷୀ ଜଣକ ଗୁରୁତର ହୋଇ ପଡିଥିବା ବେଳେ ଉଦ୍ଧାର କରିବା ପାଇଁ ଡାକ ପକାଇଥିଲେ । ତାଙ୍କ ପାଟି ଶୁଣି ଗ୍ରାମବାସୀ ସେଠାରେ ପହଁଚି ତାଙ୍କୁ ଉଦ୍ଧାର କରି ଯାଜପୁର ମେଡିକାଲକୁ ନେଇଥିଲେ । ସେଠାରେ ସେ ଏବେ ସୁସ୍ଥ ଥିବା ଜଣାପଡ଼ିଛି ।