ସୁନୀଲ ଗୁପ୍ତା ସିଆଇଆଇ ଅଧ୍ୟକ୍ଷ
ଭୁବନେଶ୍ୱର: କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ) ଓଡିଶା ରାଜ୍ୟ ପରିଷଦ ପକ୍ଷରୁ ଝାରସୁଗୁଡା ସ୍ଥିତ ବେଦାନ୍ତ ଆଲୁମିନିୟମର ମୁଖ୍ୟ ପରିଚାଳନା ଅଧିକାରୀ ସୁନୀଲ ଗୁପ୍ତାଙ୍କୁ ୨୦୨୫-୨୬ ବର୍ଷ ପାଇଁ ଏହାର ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି । ଏହି ଟିମରେ ଏଏମ/ଏନଏସ୍ ଇଣ୍ଡିଆ, ଓଡିଶା ଆସେଟ୍ର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ସୁରେଶ ଜି ସିଆଇଆଇର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ।
ଆଗାମୀ ବର୍ଷର ପ୍ରାଥମିକତା ଉପରେ ବକ୍ତବ୍ୟ ରଖି ସୁନୀଲ ଗୁପ୍ତା ଓଡିଶାର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଉପରେ ସିଆଇଆଇର ରଣନୈତିକ ଧ୍ୟାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଏମ୍ଏସ୍ଏମ୍ଇ, ଧାତୁ ଏବଂ ଖଣି, ସ୍ୱାସ୍ଥ୍ୟସେବା, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଉପରେ ଗୁରୁତ୍ୱାରୋପ କରାଯିବ । ସମଗ୍ର ରାଜ୍ୟରେ ସମାବେଶୀ ଆର୍ଥିକ ପ୍ରଗତିକୁ ତ୍ୱରାନ୍ୱିତ କରିବା, ବିଶେଷ କରି ସିଆଇଆଇର କାର୍ଯ୍ୟକଳାପକୁ ସମ୍ପ୍ରସାରିତ କରିବା ହେଉଛି ଲକ୍ଷ୍ୟ । ପଶ୍ଚିମ ଓଡିଶା ବିଶେଷକରି ଓଡିଶା ସରକାରଙ୍କ ଶିଳ୍ପ, ଏମଏସଏମଇ, କୃଷି, ପରିବେଶ, ପର୍ଯ୍ୟଟନ ଏବଂ ଦକ୍ଷତା ବିକାଶ ଭଳି ବିଭାଗଗୁଡିକ ସହିତ ଘନିଷ୍ଠ ଭାବରେ ସହଭାଗିତା କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।
ସେ କହିଥିଲେଯେ, ସିଆଇଆଇ ଓଡିଶାର ଔଦ୍ୟୋଗିକ ଇକୋସିଷ୍ଟମକୁ ସୁଦୃଢ଼ କରିବା ଉପରେ ମଧ୍ୟ ଧ୍ୟାନ ଦେବ । ଗ୍ରୀନ୍ ବିଲ୍ଡିଂ ସାର୍ଟିଫିକେସନ୍, ରପ୍ତାନୀ ବୃଦ୍ଧି ସମ୍ଭାବନା ଏବଂ ସବୁଜ ପ୍ରକଳ୍ପ ଜରିଆରେ ଭିତ୍ତିଭୂମି ପ୍ରମୁଖ ପଦକ୍ଷେପ ଯେପରିକି ଏମଏସଏମଇଗୁଡିକୁ କ୍ଷୁଦ୍ର, ବୃହତ ଏବଂ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକ ସହିତ ଯୋଡିବା, ଯାହାଦ୍ୱାରା ସମାବେଶୀ ଏବଂ ନିରନ୍ତର ଶିଳ୍ପ ବିକାଶ ସୁନିଶ୍ଚିତ ହେବ ବୋଲି ସେ କହିଥିଲେ । ସେହିପରି ସୁରେଶ ଜି. ସିଆଇଆଇର ଉକôର୍ଷ କେନ୍ଦ୍ରଗୁଡିକର ଲାଭ ଉଠାଇବା ଲାଗି ପରିଷଦର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ସେ କହିଥିଲେଯେ, ଆମେ ଏହି କ୍ଷେତ୍ରରେ ଜିଏସଟି, ଜିଇଏମ, ଟିକୁ୍ୟଏମ ଏବଂ ରପ୍ତାନୀ ଦସ୍ତାବିଜ ତାଲିମ ପ୍ରଦାନ କରି ନିଯୁକ୍ତି ସୃଷ୍ଟି ଏବଂ ଉତ୍ପାଦନଶୀଳତା ଉପରେ ଗୁରୁତ୍ୱ ଦେବୁ । ରାଜ୍ୟ ପରିଷଦ ସିଆଇଆଇ ଭାରତୀୟ ମହିଳା ନେଟୱାର୍କ ଜରିଆରେ ମହିଳାମାନଙ୍କୁ ସଶକ୍ତ କରିବା ଉପରେ ଗୁରୁତ୍ୱାରୋପ ସହିତ ଉଦ୍ୟୋଗୀ ବିକାଶ ଏବଂ ନେତୃତ୍ୱ ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା । ଆହୁରି ମଧ୍ୟ ସିଆଇଆଇ ପୌରାଞ୍ଚଳରେ ନିଯୁକ୍ତି ଏବଂ କର୍ମଚାରୀଙ୍କ ସାମର୍ଥ୍ୟ ବୃଦ୍ଧି ଏବଂ ସହାୟତା ପାଇଁ ସହରାଞ୍ଚଳ ବିକାଶ ବିଭାଗ ସହିତ ଯୋଡି ହେବା ସହିତ ଡାକ୍ତରୀ ପର୍ଯ୍ୟଟନ ଏବଂ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିରେ ଉନ୍ନତି ଆଣିବ ବୋଲି ମତ ପ୍ରକାଶ ପାଇଥିଲା । ୪୬
ବାଲିଶଙ୍କରା, ଲେଫ୍ରିପଡ଼ା, ବରଗାଁ ଓ କୁଆଁରମୁଣ୍ଡା, କଟକ ଜିଲ୍ଲାର ବାରଙ୍ଗ ଓ କଣ୍ଟାପଡ଼ା, ସୋନପୁର ଜିଲ୍ଲାର ଉଲୁଣ୍ଡା, ବରଗଡ଼ ଜିଲ୍ଲାର ଭଟଲି, ଝାରସୁଗୁଡ଼ା ଜିଲ୍ଲାର କୋଲାବିରା, ଖୋର୍ଦ୍ଧା ଜିଲ୍ଲାର ବାଣପୁର, କୋରାପୁଟ ଜିଲ୍ଲାର ପଟାଙ୍ଗୀ, ଯାଜପୁର ଜିଲ୍ଲାର ରସୁଲପୁର, କୋରେଇ ଓ ଧର୍ମଶାଳା, କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା, ଗରଦପୁର ଓ ମାର୍ଶାଘାଇ, କନ୍ଧମାଳ ଜିଲ୍ଲାର ଟିକାବାଲି, କେ.ନୂଆଗାଁ ଓ ଖଜୁରିଆପଡ଼ା, ଭଦ୍ରକ ଜିଲ୍ଲାର ତିହିଡ଼ି, ମାଲକାନଗିରି ଜିଲ୍ଲାର ଖଇରପୁଟ, ଢେଙ୍କାନାଳ ଜିଲ୍ଲାର ଢେଙ୍କାନାଳ, ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଏବଂ ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି, ଧରାକୋଟ ଓ ଗଞ୍ଜାମ । ଓଡିଶା ଉଚ୍ଚ ନ୍ୟାୟାଳୟ ସହିତ ପରାମର୍ଶ କ୍ରମେ ରାଜ୍ୟ ସରକାର ଏହି କୋର୍ଟଗୁଡିକ ଗଠନ କରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ୪୬ଟି କୋର୍ଟ ଗଠନ ହେବା ପରେ ଏହି ସବୁ ରାଜସ୍ୱ ତହସିଲ ଉପରେ କ୍ଷେତ୍ରାଧିକାର ଥିବା ଅନ୍ୟ ସମସ୍ତ ଜୁନିୟର ଡିଭିଜନ୍ ସିଭିଲ୍ ଜଜ୍ କୋର୍ଟଗୁଡିକର ଅଧିକାର ସମାପ୍ତ ହେଲା ।