ମୋଟରସାଇକେଲ ଆରୋହୀଙ୍କ ମୃତୁ୍ୟ
ଜଟଣୀ : ସହର ମଧ୍ୟରେ ଥିବା ଉଡନ୍ତା ପୋଲ ଉପରେ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୨ ସମୟରେ ଓଡ଼ି୩୩ ଏଜି ୬୨୩୩ ନମ୍ବର ବିଶିଷ୍ଟ ଏକ ନୀଳ ରଙ୍ଗର ୟାମାହା ସ୍ପୋର୍ଟସ ମୋଟରସାଇକଲ୍ ଆରୋହୀ ଜ୍ଞାନରଞ୍ଜନ ନନ୍ଦ (୨୬)ଙ୍କ ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ମୃତୁ୍ୟ ଘଟିଛି । ମୃତକଙ୍କ ନିଜ ଘର ପୁରୀ ମାର୍କଣ୍ଡେଶ୍ୱର ସାହି ହୋଇଥିବା ବେଳେ ସେ ଜଟଣୀର ମୁଣ୍ଡିଆ ସାହି ଅଞ୍ଚଳରେ ରହି କୁଦିଆରି ଅଞ୍ଚଳରେ ଏକ ଘରୋଇ ଏଜେନ୍ସିରେ କାର୍ଯ୍ୟ ରହୁଥିଲେ । ଦୁର୍ଘଟଣା ଘଟିଥିବା ସ୍ଥଳରେ ରୁଣ୍ଡ ହୋଇଥିବା କିଛି ଲୋକଙ୍କ ଠାରୁ ଶୁଣିବାକୁ ମିଳିଥିଲା କି କୁଦିଆରି ପଟୁ ସୀତାରାମ ଛକ ଅଭିମୁଖେ ଯାଉଥିବା ମୋଟରସାଇକଲର ବେଗ ଦୁର୍ଘଟଣା ସମୟରେ ଜୋର ଥିଲା ସେହି ସମୟରେ ଖୋର୍ଦ୍ଧା ଦିଗରୁ ଆସୁଥିବା ଏକ ମାଲ୍ ବୋଝେଇ ଟ୍ରକ ସାଇଡ ମାରିଦେବା ଫଳରେ ଭାରସାମ୍ୟ ହରାଇ ଟ୍ରକ୍ରେ ଘସି ହୋଇ ବ୍ରିଜ ଉପରେଥିବା ଡିଭାଇଡରରେ ତାଙ୍କ ମୁଣ୍ଡ ପିଟି ହୋଇ ଯାଇଥିଲା । ଯାହା ଫଳରେ ମୁଣ୍ଡଟି ବାଡ଼େଇ ହୋଇ ନଷ୍ଟ ହୋଇଯାଇଥିଲା । ଖବର ପାଇ ଆମ୍ବୁଲାନ୍ସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୁଲିସ ଉପସ୍ଥିତିରେ ମୃତ ଦେହକୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ । ତେବେ ଦୁର୍ଘଟଣା ସମୟରେ ଉକ୍ତ ଅଞ୍ଚଳରେ ନିଜସ୍ୱ ଘର ବାହାରେ ଲାଗିଥିବା ସିସିଟିଭି ଫୁଟେଜରୁ କିଛି ସୁରାକ୍ ମିଳିପାରେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଅପରପକ୍ଷେ ଥାନାରେ ୧୮୬/୨୫ ରେ ଏକ ମାମଲା ରୁଜୁ କରାଯାଇ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି ।