ବ୍ରଙ୍କ ସ୍କୋପି ବଞ୍ଚାଇଛି ୯୧ ଶିଶୁଙ୍କ ଜୀବନ
ଭୁବନେଶ୍ୱର :ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା କଟକ ସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଶିଶୁ ରୋଗ ସ୍ନାତକୋତ୍ତର ପ୍ରତିଷ୍ଠାନ (ଶିଶୁ ଭବନ) ରେ ଆରମ୍ଭ କରାଯାଇଥିବା ବ୍ରଙ୍କ ସ୍କୋପି ବ୍ୟବସ୍ଥା ନିରୀହ ଶିଶୁମାନଙ୍କର ସଠିକ୍ ଚିକିସôା ଓ ଜୀବନ ରକ୍ଷା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି । ୨୦୨୪ ମସିହା ସେପ୍ଟେମ୍ବର ମାସରୁ ନବୀକୃତ ଭାବେ କାର୍ଯ୍ୟକ୍ଷମ କରାଯାଇଥିବା ଏହି ବ୍ୟବସ୍ଥା ଦ୍ୱାରା ଆଜି ପର୍ଯ୍ୟନ୍ତ ପ୍ରାୟ ୯୧ ରୁ ଅଧିକ ସଙ୍କଟାପନ୍ନ ଶିଶୁଙ୍କର ଜୀବନ ରକ୍ଷା କରାଯାଇ ପାରିଛି ବୋଲି ପ୍ରତିଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଡାକ୍ତର ପ୍ରଭାକର ମିଶ୍ର କହିଛନ୍ତି ।
ଆଧୁନିକ ବ୍ରଙ୍କ ସ୍କୋପି ପଦ୍ଧତି ମୁଖ୍ୟତଃ ୨ ଟି କାର୍ଯ୍ୟରେ ସଫଳ ଭାବେ ପ୍ରୟୋଗ କରାଯାଇଛି, (କ) ସଙ୍କଟାପନ୍ନ ଶିଶୁମାନଙ୍କର ତତକ୍ଷଣାତ୍ ଜୀବନ ରକ୍ଷାକାରୀ ଚିକିସôା, (ଖ) ସଠିକ୍ ରୋଗ ନିରୂପଣ । ଅନେକ ସମୟରେ ଶିଶୁମାନେ କିଛି ଜିନିଷ ନାକ ପାଟି ବାଟେ ଭିତରକୁ ପୂରେଇ ଦିଅନ୍ତି । ଶ୍ୱାସନଳୀରେ ଅଟକି ଯାଉଥିବା ଏହି ସବୁ ପଦାର୍ଥ ତାଙ୍କୁ ଶ୍ୱାସରୁଦ୍ଧ କରିବା ସହ ଫୁସଫୁସକୁ ବହୁଭାବେ କ୍ଷତିଗ୍ରସ୍ତ କରାଏ । ଫଳରେ ଶିଶୁର ମୃତୁ୍ୟ ହେବା ଆଶଙ୍କା ଥାଏ । ଇତି ମଧ୍ୟରେ କଟକ ଶିଶୁ ଭବନରେ ବ୍ରଙ୍କ ସ୍କୋପି ପଦ୍ଧତତିକୁ ଆନୁଷ୍ଠାନିକରଣ କରାଯାଇଛି । ରାଜ୍ୟ ସରକାରଙ୍କ ତରଫରୁ ଅତ୍ୟାବଶ୍ୟକୀୟ ଭିତ୍ତିଭୂମି ଓ ସୁବିଧା ଯୋଗାଇ ଦିଆଯାଇଛି । ଆସିଷ୍ଟାଣ୍ଟ ପ୍ରଫେସର ଓ ଷ୍ଟାଫ୍ ମଧ୍ୟ ତାଲିମପ୍ରାପ୍ତ ହୋଇଛନ୍ତି । ଦିନକୁ ଦିନ ଏହା ଅଧିକ ଅଧିକ ଉକôୃଷ୍ଟ ଓ ଫଳପ୍ରସୁ ହେବ ବୋଲି ଅଧ୍ୟକ୍ଷ ପ୍ରଫେସର ମିଶ୍ର ଆଶା ପ୍ରକାଶ କରିଛନ୍ତି ।